ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ମୋବାଇଲ ସ୍କ୍ବାର୍ଡ ନିରୀକ୍ଷକଙ୍କ ନେତୃତ୍ବରେ ଅବକାରୀ ଦଳ ଗୁରୁବାର ୬୦ କଫ୍ସିରପ୍ ବୋତଲ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଶବର ସାହିର ରଞ୍ଜନ ମଲ୍ଲିକ। ଗୁରୁବାର ନୟାଗଡ଼ ସହର ନୂଆ ଟାଉନ୍ ଛାୟାପଥ ଗଳି ନିକଟରେ କଫ୍ସିରପ୍ ବ୍ୟବସାୟ ହେଉଥିବା ଖବର ପାଇ ଅବକାରୀ ଦଳ ପହଞ୍ଚି ରଞ୍ଜନଙ୍କୁ କାବୁ କରିଥିଲା। ବୋତଲ ଗୁଡ଼ିକୁ ଜବତ କରିବା ସହ ରଞ୍ଜନଙ୍କୁ ଗିରଫ କରି ମାମଲା ରୁଜୁ କରିଛି ଅବକାରୀ ପୁଲିସ। ଚଢ଼ଉ ବେଳେ ମୋବାଇଲ ସ୍କ୍ବାର୍ଡ ନିରୀକ୍ଷକ ଭକ୍ତବତ୍ସଳ ବର୍ମା, ଉପନିରୀକ୍ଷକ ଅର୍ପିତା ରାଣୀ ସାହୁ, ସହକାରୀ ଉପନିରୀକ୍ଷକ ବିଦ୍ୟାଧର ପ୍ରଧାନ, ବୁଦ୍ଧଦେବ ପଟେଲ, କନେଷ୍ଟବଳ ଦେବୀ ପ୍ରସାଦ ପାଣି, କୈବଲ୍ୟ ସ୍ବାଇଁ, ନୀଳଲୋହିତ ମଲ୍ଲିକ, ଭାରତୀ ବରାଡ଼ ଓ ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।





