Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେ, ଏ.ଜି.ରିକ୍ରେସନ କ୍ଲବ ଭୁବନେଶ୍ୱର ୧-୦ ଗୋଲରେ ବିଜୟୀ

by ସଞ୍ଜୟ ସ୍ୱାଇଁ
November 22, 2023
in Nayagarh, Sports, State
ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେ, ଏ.ଜି.ରିକ୍ରେସନ କ୍ଲବ ଭୁବନେଶ୍ୱର ୧-୦ ଗୋଲରେ ବିଜୟୀ
94
VIEWS
Share on FacebookShare on Twitter

ଶରଣକୁଳ, (ବାଘୁଆବାର୍ତ୍ତା): ଲଡୁକେଶ ଆଥଲେଟିକ୍ ଆସୋସିଏସନ ଶରଣକୁଳ ପକ୍ଷରୁ ସରକାରୀ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ୬୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ ଖେଳ ଏ.ଜି.ରିଜ୍ରେସନ କ୍ଲବ, ଭୁବନେଶ୍ୱର ସହିତ ସାଇହାଲ, ସୁନାବେଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଏ.ଜି. ରିଜ୍ରେସନ କ୍ଲବ ଭୁବନେଶ୍ୱର ୧-୦ ଗୋଲରେ ସାଇ ହାଇ ସୁନାବେଡ଼ାକୁ ପରାସ୍ତ କରି ବିଜୟୀ ହୋଇଛି । ଖେଳର ପ୍ରଥମାର୍ଦ୍ଧ ଅତ୍ୟନ୍ତ ଚିତାକର୍ଷକ ଓ ସଂଘର୍ଷ ପୂର୍ଣ୍ଣ ହୋଇଥିବାବେଳେ କୌଣସି ଦଳ ଗୋଲ ଷ୍କୋର କରିବାରେ ସକ୍ଷମ ହୋଇନଥିଲେ । ସେହିପରି ଦ୍ୱିତୀୟାର୍ଦ୍ଧ ଖେଳର ୨୧ ମିନିଟ୍‌ରେ ସାଇହାଲର ଗୋଲ କିପର ଡି ଏରିଆ ବାହାରେ ବଲକୁ ହାତରେ ଧରିଥିବା ଯୋଗୁଁ ରେଫରୀଙ୍କ ଏରିଆ ସୁଟ୍ ନିଷ୍ପତି ସୁଯୋଗକୁ ଏ.ଜି.ରିଜ୍ରେସନ କ୍ଲବ, ଭୁବନେଶ୍ୱର ଦଳ ହାତଛଡ଼ା ନକରି ଗୋଲ କିପର ୪୫ ନଂ ଜର୍ସି ଅର୍ପଣ ଲାକ୍ରା ଏରିଆ ସୁଟ୍‌କୁ ଷ୍କୋର କରି ଦଳ ପାଇଁ ପ୍ରଥମ ଗୋଲ କରିଥିଲେ ।

ସାଇ ହାଲ ସୁନାବେଡ଼ା ଦଳ ବରାବର ସ୍ଥିତିକୁ ଆଣିବା ନିମନ୍ତେ ଲଗାତର ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ଆଜିର ଖେଳରେ ଅତିଥି ରୂପେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର କୁମାର ସାହୁ, ବଜାଜ ଅଟୋ ମୋବାଇଲ, ପ୍ରୋପାଇଟର ମନସୁର୍ ବକ୍ସ ଏବଂ ଶରଣକୁଳ ଏସଡିପିଓ ସୁଧାକର ସାହୁ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏ.ଜି. ରିଜ୍ରେସନ କ୍ଲବ ଭୁବନେଶ୍ୱର ଦଳର ୪୫ ନଂ ଜର୍ସି ଅର୍ପଣ ଲାକ୍ରାଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ଟ୍ରଫି ସହ ପୁରଷ୍କାର ରାଶି ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚକୁ ଜ୍ୟୋତି ରଞ୍ଜନ ସ୍ୱାଇଁ ପରିଚାଳନା କରିଥିବାବେଳେ ଅଶୋକ କଅଁର, ସଚ୍ଚିକାନ୍ତ ଦାସିଆ, ପ୍ରସନ୍ନ ନାୟକ ଲାଇନରେ ସହାୟତା କରିଥିଲେ । ଆସନ୍ତା କାଲିର ପ୍ରଥମ ସେମିଫାଇନାଲ ଖେଳ ଜଗା ୟୁନାଇଟେଡ, ଭୁବନେଶ୍ୱର ବନାମ ୟୁନାଇଟେଡ ସ୍ପୋର୍ଟ୍‌ସ କ୍ଲବ, ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!