Sunday, October 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାନସିକ ବିକାରଗ୍ରସ୍ତଙ୍କୁ ଦୁଷ୍କର୍ମ ଘଟଣା, ଥାନାରେ ଅଟକ ସୂର୍ଯ୍ୟକାନ୍ତ

by ସଞ୍ଜୟ ସ୍ୱାଇଁ
November 9, 2023
in Breaking, Nayagarh
ମାନସିକ ବିକାରଗ୍ରସ୍ତଙ୍କୁ ଦୁଷ୍କର୍ମ ଘଟଣା, ଥାନାରେ ଅଟକ ସୂର୍ଯ୍ୟକାନ୍ତ
653
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା); ମାନସିକ ବିକାରଗ୍ରସ୍ତଙ୍କୁ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ଅଟକ ରଖିଛି ଇଟାମାଟି ପୋଲିସ୍ । ଅଟକ ଥିବା ଯୁବକ ଜଣଙ୍କ ହେଲେ ବାଉଁଶିଆପଡ଼ା ଗ୍ରାମର ସୂର୍ଯ୍ୟକାନ୍ତ ମହାନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଗାଁ ଦାଣ୍ଡ ପିଣ୍ଢାରେ ଶୋଇଥିଲେ । ଏହାର ଫାଇଦା ନେଇ ସେହି ଗ୍ରାମର ସୂର୍ଯ୍ୟକାନ୍ତ ମହାନ୍ତି ଦୁଷ୍କର୍ମ କରି ରକ୍ତାକ୍ତ କରିଦେଇଥିଲା । ମାନସିକ ବିକାରଗ୍ରସ୍ତ ମହିଳା ଜଣଙ୍କ ଛାଟିପିଟି ହୋଇ ପାଟି କରି ଚିତ୍କାର କରିବାରୁ ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଘଟଣାସ୍ଥଳରେ ପହଞ୍ଚି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । ଇଟାମାଟି ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିଲେ ।

ଏହି ଘଟଣାକୁ ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଗୁରୁତ୍ୱ ଦେଇ, ଘଟଣା ଘଟିବାର ୧୨ଘଣ୍ଟା ଭିତରେ ଦୁଷ୍କର୍ମକାରୀ ସୂର୍ଯ୍ୟକାନ୍ତ ମହାନ୍ତିଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ବର୍ତ୍ତମାନ ସୁଦ୍ଧା ଖବର ମିଳିଛି । ତେବେ ଇଟାମାଟି ଥାନା ଅଧିକାରୀଙ୍କ ତଚ୍ଛକ୍ଷଣାତ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!