Saturday, October 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏନ୍‌ଏଚ୍‌ରୁ ଲଙ୍କା ଟ୍ରକ ଡକାୟତୀ, ଗାଡ଼ି ଜବତ

by Anil Panda
July 4, 2020
in Crime, Feature News
ଏନ୍‌ଏଚ୍‌ରୁ ଲଙ୍କା ଟ୍ରକ ଡକାୟତୀ, ଗାଡ଼ି ଜବତ
41
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ତାଲା ବନ୍ଦ କଟକଣା କୋହଳ ହେବା ପରେ ଚାନ୍ଦପୁର ଅଂଚଳରେ ଡକାୟତ ଗ୍ୟାଙ୍ଗ ତୀବ୍ର ମାତ୍ରରେ ସକ୍ରିୟ ହୋଇଛନ୍ତି । ଚାନ୍ଦପୁର ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥକୁ ଡକାୟତ ଗୋଷ୍ଠୀ ଲୁଟ କରିବାର ମୁଖ୍ୟ ସୋତ୍ର ଭାବେ ଆପଣେଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ଚାନ୍ଦପୁର ବାଇପାସ୍ ନିକଟରୁ ମାରଣାସ୍ତ୍ର ଦେଖାଇ ଲଙ୍କା ବୋଝେଇ ଟ୍ରକକୁ ଡକାୟତ ଗୋଷ୍ଠୀ ଲୁଟି ନେଇଥିବା ବେଳେ ଚାନ୍ଦପୁର ପୁଲିସ ବେଶ ସଫଳତାର ସହ ଟ୍ରକ ଓ ଡ୍ରାଇଭରକୁ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନାନୁସାରେ, ଲଙ୍କା ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଅଭିମୂଖେ ଯାଉଥିବା ବେଳେ ଚାନ୍ଦପୁର ବାଇପାସ ନିକଟରୁ ଏକ ବୋଲେରୋ ଗାଡ଼ିରେ ୪ ଜଣ ଡକାୟତ ଆସି ଲଙ୍କା ଗାଡ଼ିରେ ଆଡ଼ ପକାଇଥିଲେ । ଟ୍ରକରୁ ହେଲପରକୁ ଓହ୍ଲାଇ ଦେଇ ଡକାୟତମାନେ ଗାଡ଼ି ଓ ଟ୍ରାଇଭରକୁ ନେଇ ଚମ୍ପଟ ମାରିଥିଲେ । ଟ୍ରକ ଡ୍ରାଇଭର ଚାଲି ଚାଲି ଆସି ପେଟ୍ରୋଲିଂ କରୁଥିବା ଚାନ୍ଦପୁର ପୁଲିସକୁ ଖବର ଦେଇଥିଲେ । ଖବରପାଇ ଚାନ୍ଦପୁର ପୁଲିସ ଜିପିଏସ୍ ସହାୟତାରେ ଟ୍ରକ୍କକୁ ପିଛା କରି କରିଥିଲେ । ଫଳରେ ଡକାୟତମାନେ ପୁଲିସ ଗାଡ଼ି ପିଛା କରୁଥିବା ଜାଣିପାରି ଟ୍ରକକୁ ବାଘମାରି ନିକଟ ଗୁଡ଼ମ ଜଙ୍ଗଲରେ ଛାଡ଼ି ଦେଇ ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରେ ଚାନ୍ଦପୁର ପୁଲିସ ପଂହଚି ସୁରକ୍ଷିତ ଭାବେ ଟ୍ରକକୁ ଉଦ୍ଧାର କରି ଥାନାକୁ ଆଣିବା ସହ ତଦନ୍ତ ଚଳାଇଥିବା ଜଣାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!