Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା- ନୟାଗଡ଼କୁ ଘନେଇଲା ଗଞ୍ଜାମ ବିପଦ

by Anil Panda
July 4, 2020
in Breaking
corona
35
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ଗାଁ ବ୍ଲକ କୁରାଳ ୮ ଜଣ, ସୁନାମୁହିଁ ପଂଚାୟତରୁ ୧୨, ରଣପୁର ବ୍ଲକ କନ୍ଧ ନୟାଗଡ଼ ସଂଗରୋଧରୁ ୨ ଜଣ ଏବଂ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡରୁ ଜଣେ ହେଲଥ୍ ୱାର୍କର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୁରାଳର ଗୋଟିଏ ପରିବାରରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ରହିଛନ୍ତି । ଏହି ପଂଚାୟତରୁ ଅନ୍ୟ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେ ପୁରୀ ଜିଲ୍ଲାର ବୋଲି ଜଣାଯାଇଛି । ସେହିଭଳି ସୁନାମୁହିଁ ପଂଚାୟତରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଏବଂ ୫ ଜଣ ମହିଳା ଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଥିବା ସୁନାମୁହିଁ ସରପଂଚ ମାନସ କୁମାର ସାହୁ ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ କିଛିଦିନ ତଳେ ଥଣ୍ଡା ଜ୍ୱର ଆକ୍ରାନ୍ତ ହୋଇ ଅଚାନକ ମୃତ୍ୟୁ ବରଣ କରିଥିବା ବ୍ୟବସାୟୀଙ୍କ ପରିବାରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଉକ୍ତ ବ୍ୟକ୍ତିଙ୍କ କରୋନା କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କୁରାଳ ଓ ସୁନାମୁହିଁରୁ କିଛି ଦିନ ଭିତରେ ଏତେ ସଂଖ୍ୟକ ସ୍ଥାନୀୟ ମାମଲା ସାମନାକୁ ଆସିଥିବାରୁ ଏଠାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷେ, ଜିଲ୍ଲାକୁ ଏବେ ଗଞ୍ଜାମ ଜିଲ୍ଲା ବିପଦ ହେବା ନିଶ୍ଚିତ ହେଉଛି । ଗଞ୍ଜାମ ଜିଲ୍ଲା ସଟ୍‌ଡାଉନ୍ ସୁଯୋଗ ନେଇ ଓଡ଼ଗାଁ ସୀମାବର୍ତ୍ତୀ ଅଂଚଳରୁ ଶତାଧିକ ଗ୍ରାମାଞ୍ଚଳ ବ୍ୟବସାୟୀ ପ୍ରତ୍ୟେକ ଦିନ ଗଞ୍ଜାମ ଜିଲ୍ଲାକୁ ଯାଇ ବ୍ୟବସାୟ କରି ଫେରୁଛନ୍ତି । ଜିଲ୍ଲାର ସବୁଠାରୁ ଅଧିକ ଆକ୍ରାନ୍ତ ଓଡ଼ଗାଁରୁ ଚିହ୍ନଟ ହୋଇଥିବା ବେଳେ ଗଂଞ୍ଜାମ ଜିଲ୍ଲାରେ କରୋନା ବ୍ୟାପକତା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଏଣୁ ଓଡ଼ଗାଁ ସୀମାନ୍ତ ଗ୍ରାମ ଗୁଡ଼ିକରେ ଥିବା ଜିଲ୍ଲା ସୀମା ସିଲ କରାଯିବା ସହ ଗଞ୍ଜଞ୍ଜାମ ଜିଲ୍ଲାକୁ ଯାତାୟତ ବିଚ୍ଛିନ୍ନ କରିବାକୁ ଦାବି ହେଉଛି । ଗଞ୍ଜାମ ଜିଲ୍ଲାରୁ ଓଡ଼ଗାଁ ଅଂଚଳକୁ ଲୋକଙ୍କ ଯାତାୟତ ସର୍ବଦା ରହୁଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!