ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳ ପଡିଆ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଚତୁର୍ଥ ଦିନର ଫୁଟବଲ ଖେଳରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ରଣପୁର ଫୁଟବଲ କ୍ଲବ ଓ ଖଣ୍ଡପଡା ଫୁଟବଲ କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ଖଣ୍ଡପଡା କ୍ଲବ ୨ଟି ଗୋଲ ପ୍ରତିଦ୍ୱନ୍ଦୀ ରଣପୁର କୁ ଦେଇ ବିଜୟୀ ହୋଇଥିଲା । ଖେଳର ପ୍ରଥମାର୍ଦ୍ଦରେ ଜର୍ସି ୮ ଶ୍ରବଣ କ୍ୟାପଟେନ ଗୋଲ ଦେଇଥିବା ବେଳେ ଖେଳର ଦ୍ୱିତୀୟାଦ୍ଧର ଜର୍ସି ନଂ ୬ ଲିଟୁନ ଦ୍ୱିତୀୟ ଗୋଲ ଦେଇଥିଲେ । ଆଜିର ଦ୍ୱିତୀୟ ମ୍ୟାଚ ଗୌଡପୁଟ ଫୁଟବଲ କ୍ଲବ ଓ ରାଜପାଟଣା ପୋଲ ଷ୍ଟାର ସ୍ପୋର୍ଟସ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳର ପ୍ରଥମାର୍ଦ୍ଧରେ ରାଜପାଟଣା କ୍ଲବ ପ୍ରଥମ ହାପରେ ଗୋଟିଏ ଗୋଲ ଦେଇ ଅଗ୍ରଣୀ ଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ୩ଟି ଗୋଲ ମୋଟ ୪ଟି ଗୋଲ ଗୌଡପୁଟ ଫୁଟବଲ କ୍ଲବକୁ ଦେଇ ବୀଜୟୀ ହୋଇଥିଲା ।
ନୟାଗଡ଼ ମର୍ଣ୍ଣିଂ ଫୁଟବଲ କ୍ଳବ ଆୟୋଜନରେ ଚାଲିଥିବା ଚତୁର୍ଥ ଦିନର ଖେଳରେ ନୟାଗଡ଼ ବାର ଆସୋସିଏସନର ଉପସଭାପତି ସୁରେନ୍ଦ୍ର ଦାସ, ନୟାଗଡ଼ ଥାନାର ସବ୍ ଇନିସ୍ପେକ୍ଟର ଧର୍ମେନ୍ଦ୍ର ସିଆଳ, ଇପିଏ ର ଜିଲ୍ଲା ଗୋକୁଳ କୁମାର ଷଡ଼ଙ୍ଗୀ ଖେଳାଳୀ ମାନଙ୍କ ସହିତ କର ମର୍ଦ୍ଦନ କରି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଦ୍ୱିତୀୟ ମ୍ୟାଚରେ ନୟାଗଡ଼ ମୁନିସପାଲଟିର ଚେୟାରମ୍ୟାନ ନିରୁପମା ଖଟେଇ, ବସ ଆସୋସିଏସନ ନୟାଗଡ଼ ସମ୍ପାଦକ ସେଖ ଇସୁବ, ଭବାନୀ ପାଟଣା ଷ୍ପୋର୍ଟସ ହସଟେଲର ପୂର୍ବତନ କୋଚ ଆଲୋକ ଦାସ ଖେଳାଳୀ ମାନଙ୍କ ସହିତ କର ମର୍ଦ୍ଦନ କରି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଅତିଥି ମାନେ ନୟାଗଡ଼ ମର୍ଣ୍ଣିଂ କ୍ଲବର ଏହି ଆନ୍ତ ଜିଲ୍ଲା ଫୁଟବଲ ଖେଳ କରୁଥିବାରୁ ଧନ୍ୟବାଦ ଦେବା ସହିତ ଉତ୍ସାହିତ କରିଥିଲେ । ୦୬.୧୦.୨୦୨୩ ଶୁକ୍ରବାର ଦିନରେ ସେମି ଫାଇନାଲ ମ୍ୟାଚ ଲଡୁକେଶ ଫୁଟବଲ ଆସୋସିଏସନ ଶରଣକୁଳ ଓ ଖଣ୍ଡପଡା ଫୁଟବଲ କ୍ଲବ ମଧ୍ୟରେ ଠିକ ଅପରାହ୍ନ ତିନି ଘଟିକା ସମୟରେ ହେବ । ଆଜିର ପ୍ରଥମ ମ୍ୟାଚକୁ ପରିଚାଳନା କରିଥିଲେ ରେଫରୀ ପ୍ରସନ୍ନ ନାୟକ, ଜଗନ୍ନାଥ ପରିଡା, ସୂର୍ଯ୍ୟକାନ୍ତ ଦଳବେହେରା, ପ୍ରତାପ ମୁଦୁଲି । ଦ୍ୱିତୀୟ ମ୍ୟାଚ ପରିଚାଳନା କରିଥିଲେ ପ୍ରଶାନ୍ତ ପରିଡା, ପ୍ରତାପ ମୁଦୁଲି, ସୂର୍ଯ୍ୟକାନ୍ତ ଦଳବେହେରା, ପ୍ରସନ୍ନ ନାୟକ ଅତିଥି ମାନଙ୍କୁ ଆଜିର ଦୁଇଟି ମ୍ୟାଚରେ ପାଛୋଟି ନେଇଥିଲେ । କ୍ଲବର ସଭାପତି ସଞ୍ଜିବ ସୁବୁଦ୍ଧି, ସଂଯୋଜକ ସୁଶାନ୍ତ କୁମାର ପ୍ରଧାନ ମର୍ଣ୍ଣିଂ କ୍ଲବର ଖେଳର ମୁଖ୍ୟ ଆୟୋଜକ ସଞ୍ଜୟ କୁମାର ପ୍ରଧାନ ।






