Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭଲ ଖବର @ ରୋଜଗାରକ୍ଷମ ହେଲେ ମହିଳା ଗୋଷ୍ଠୀ ଓ ଶ୍ରମଜୀବି

by Anil Panda
June 30, 2020
in Breaking, Feature News, Lifestyle
ଭଲ ଖବର @ ରୋଜଗାରକ୍ଷମ ହେଲେ ମହିଳା ଗୋଷ୍ଠୀ ଓ ଶ୍ରମଜୀବି
34
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): କୋଭିଡ-୧୯ ଯୋଗୁଁ ସାରାଦେଶରେ ଲକଡାଉନ ବ୍ୟବସ୍ଥା ଲାଗିରହିଛି । ତେଣୁ କାମଧନ୍ଦା ନପାଇ ମହିଳାଙ୍କଠାରୁ ଆରମ୍ଭ କରି ଶ୍ରମଜୀବି ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଗତ ୪ମାସ ଧରି ଘରେ ହାତବନ୍ଧି ବସି ରହିଛନ୍ତି । ଦାରିଦ୍ର‌୍ୟର ସୀମାରେଖା ତଳେ ବସବାସ କରୁଥିବା ଏହି ଧରଣର ପରିବାରବର୍ଗଙ୍କ ନିକଟରେ ଏବେ ଅର୍ଥର ଅଭାବ ଦେଖାଦେଇଛି । ତେବେ ମହିଳା ଓ ଶ୍ରମଜୀବିମାନଙ୍କୁ ଆର୍ôଥକ ସ୍ୱାବଲମ୍ବୀ କରିବାର ମହତ ଲକ୍ଷ୍ୟ ନେଇ ଖଣ୍ଡପଡା ଏନ୍‌ଏସି କର୍ତୃପକ୍ଷ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଏନ୍‌ଏସି କର୍ତ୍ତୁପକ୍ଷ ମହିଳା ଗୋଷ୍ଠୀର ସଦସ୍ୟା ଓ ଶ୍ରମଜୀବିମାନଙ୍କୁ ନୂତନ ପୋଖରୀ ଖନନ, ପୁରାତନ ପୋଖରୀ ଓ ସହରାଚଂଳର ଗଳିକନ୍ଦିରେ ଅବସ୍ଥିତ ଡ୍ରେନ୍ ଗୁଡ଼ିକରୁ ପଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଥିବା ଜଣାପଡିଛି । ଖଣ୍ଡପଡା ସହରର ୧୩ଟି ୱାର୍ଡରେ ଯୁଦ୍ଧକାଳୀନ ଭିତିରେ ଡ୍ରେନ୍‌ରୁ ପଙ୍କଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୮ରୁ ଉର୍ଦ୍ଧ ମହିଳା ଗୋଷ୍ଠୀର ୭୦ରୁ ଉର୍ଦ୍ଧ ସଦସ୍ୟା ଦୈନିକ କାର୍ଯ୍ୟ ତଦାରଖ କରୁଥିବା ଜଣାପଡିଛି । ମହିଳା ଗୋଷ୍ଠୀ ସହାୟତାରେ ୭ନଂ ୱାର୍ଡ ହରିଜନସାହି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଇଥିବା ବେଳେ ୧ନଂ ୱାର୍ଡ ଅଧିନ ଟିଙ୍କଚୁଆ ଓ କରଡ଼ାବଣି ଗ୍ରାମଠାରେ ୨ଟି ନୂତନ ପୋଖରୀ ଖନନ କରାଯାଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି । କାର୍ଯ୍ୟରେ ନିୟୋଜିତ ମହିଳାମାନେ ରାତିପାହିଲେ ସହରର ବିଭିନ୍ନ ଗଳିକନ୍ଦିରେ ପହଂଚି ଡ୍ରେନ ସଫେଇ କାର୍ଯ୍ୟ ତଦାରଖ କରୁଥିବା ନଜରକୁ ଆସୁଛି । କରୋନା କଟକଣା ସମୟରେ ଜୀବନକୁ ବାଜି ଲଗାଇ ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ ମହିଳାମାନଙ୍କ କାର୍ଯ୍ୟଦକ୍ଷତା ଓ କାର୍ଯ୍ୟ ଶୈଳୀକୁ ନେଇ ଏନ୍‌ଏସି କର୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି ।

Leave a Reply Cancel reply

Your email address will not be published. Required fields are marked *

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!