Saturday, October 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦର୍ପନାରାୟଣପୁର ବ୍ୟାଙ୍କ ଡକାୟତି : ଆସାମୀକୁ ୧୦ ବର୍ଷ ଜେଲ୍ ଦଣ୍ଡ

by Anil Panda
June 30, 2020
in Breaking, Crime
ଦର୍ପନାରାୟଣପୁର ବ୍ୟାଙ୍କ ଡକାୟତି : ଆସାମୀକୁ ୧୦ ବର୍ଷ ଜେଲ୍ ଦଣ୍ଡ
37
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ ଦର୍ପନାରାୟଣପୁର ବ୍ୟାଙ୍କ ଡକାୟତି ଘଟଣାରେ ଆଜି ଅନ୍ୟ ଜଣେ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି । ଫାଷ୍ଟ୍‌ଟ୍ରାକ କୋର୍ଟ ବିଚାରପତି ଚିତ୍ତରଂଜନ ମିଶ୍ର ଏହି ମାମଲାର ଶୁଣାଣି କରି ଆସାମୀକୁ ୧୦ ବର୍ଷ ଜେଲ ଦଣ୍ଡ ସହିତ ୭ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୩ ମସିହା ଡିସେମ୍ବର ୩୧ ତାରିଖରେ ଘଟିଥିବା ଏହି ଘଟଣାରେ ଗତବର୍ଷ ନଭେମ୍ବର ୧୮ ତାରିଖରେ ଦୁଇ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ କୋର୍ଟ ରାୟ ପ୍ରକାଶ ପାଇଥିଲା । ସେମାନେ ଏବେ ଜେଲରେ ଥିବା ବେଳେ ଅନ୍ୟ ୫ ଜଣ ଅଭିଯୁକ୍ତ କୋର୍ଟରେ ଅନୁପସ୍ଥିତ ରହିଥିବାରୁ କୋର୍ଟ ସେମାନଙ୍କ ବିରୁଦ୍ଧରେ ଜାନିମ ବିହୀନ ଗିରଫ ପରଓା୍ୱନା ଜାରି କରିଥିଲେ । ଏହି ଘଟଣାରେ ଜଡ଼ିତ କଟକ ବାସୁଳିସାହି ଅଂଚଳର ବାବୁଲି ଓରଫ ଅଶୋକ ମହାରଣା ହାଇକୋର୍ଟ ନିର୍ଦ୍ଦେଶ ବଳରେ ନୟାଗଡ଼ କୋର୍ଟରେ ହାଜର ହେବାରୁ ଆଜି ତାଙ୍କ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି । ଅଶୋକଙ୍କୁ ୪୧୨ ଦଫାରେ ୯ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରାଯାଇଥିବା ବେଳେ ୫ ହଜାରେ ଟଙ୍କା ଜୋରିମାନା ଆଦେଶ ଦିଆଯାଇଛି । ସେହିଭଳି ୨୦୧ ଦଫାରେ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୨ ହଜାର ଟଙ୍କା ଜୋରିମାନା କରାଯାଇଛି । ଏହି ଦଣ୍ଡକୁ ଆସାମୀ ଏକ କାଳୀନ ଭୋଗ କରିବେ ବୋଲି ଜଣାଯାଇଛି । ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର୍ ଅମୀୟ ପଟ୍ଟନାୟକ ପରିଚାଳନା କରୁଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!