ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଜଜାଙ୍ଗୀ ସାହିରେ ଅନୁଷ୍ଠିତ ହେଉଥିବା ଗଣେଶ ପୂଜାରେ ମଙ୍ଗଳବାର ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟିଥିଲା । ଜଜାଙ୍ଗୀସାହି ୧୪ ୱାର୍ଡ଼ ଏବଂ ୧୬ ନମ୍ବର ୱାର୍ଡ଼ର କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ସାଂଘାତିକ ରୂପ ନେଇଥିଲା । ଏହି ଗଣ୍ଡଗୋଳରେ ଜିତୁ ସାହୁ, ଦିପକ ସେଠୀ, ପ୍ରଶାନ୍ତ ଦୋରା ଗୁରୁତର ଆହାତ ହୋଇଥିଲେ । ୩ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ରାତାରାତି ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରିଥିଲା । ଉଭୟ ମାମଲାରେ ୧୪ ନମ୍ବର ୱାର୍ଡ଼ର ଦିବ୍ୟରଞ୍ଜନ ବେହେରା, ସମୀର ଦାଶ, ଅର୍ଜ୍ଜୁନ ପରିଡ଼ା ଏବଂ ୧୬ ନମ୍ବର ୱାର୍ଡ଼ର ଚିତ୍ତରଞ୍ଜନ ପ୍ରଧାନ, ଶୁଭ୍ରକାନ୍ତ ମହାନ୍ତି, ଆଲୋକ ମଲ୍ଲିକ, ପ୍ରଶାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ଟାଉନଥାନା ଆଇଆଇସି ଦିଗ୍ବିଜୟ ବିଶ୍ୱାଳ ସୁଚନା ଦେଇଥିଲେ । ଉକ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଭୟ ପୂଜା ମଣ୍ଡପରେ ପୁଲିସ ମୃତୟନ କରାଯାଇଛି । ପୁଲିସ ସୁଚନା ମୁତାବକ ଉକ୍ତ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ୧୪ ନଂ ୱାର୍ଡର ଦୀପକ ଦାସକୁ ପୁଲିସ ଗିରଫ କରି କୋର୍ଟ ଫରୁୱାର୍ଡ କରାଯାଇଛି । ଏହା ସହିତ ଏହି ଘଟଣାରେ ଜଡିତ ଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ଖୁବ ଶୀଘ୍ର ବନ୍ଧା ଯିବ ବୋଲି ଟାଉନ ଥାନା ପକ୍ଷରୁ ସୁଚନା ମିଳିଛି । ସୁଚନାନୁସାରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍ୟ ପୂଜା ପାର୍ବଣରେ କିପରି କୌଣସି ଅଘଟଣ ନଘଟିବ ସେଥିପାଇଁ ଅନେକ ପ୍ରୟାସ ଯାରି ରଖିଥିଲେ । ଆଇନ କାନୁନକୁ ଯେଉଁମାନେ ମାନୁନାହାନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।





