ନୟାଗଡ଼, (ବାଘୁଆବାର୍ତ୍ତା): ୨୦୨୪ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି l ରାଜ୍ୟରେ ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ୨୯୫ଜଣ ବିଡ଼ିଓ, ତହସିଲଦାର ଓ ଡେପୁଟି କଲେକ୍ଟରଙ୍କୁ ଅଦଳ ବଦଳ କରାଯାଇଥିବା ଦେଖିବାକୁ ମିଳିଛି l ଉକ୍ତ ଅଦଳ ବଦଳ ଭିତରେ ନୟାଗଡ଼ ଜିଲ୍ଲାର ନୟାଗଡ଼ ତହସିଲଦାର ଭିକାରୀ ସାହୁଙ୍କୁ ବଦଳି କରାଯାଇ ଖଜୁରୀପଡା ତହସିଲର ତହସିଲଦାର ଭାବେ ନିଯୁକ୍ତ କରାଯାଇଥିବା ବେଳେ ନୟାଗଡ଼ର ଅତିରିକ୍ତ ତହସିଲଦାର ରାଜେଶ କେଶରୀ ସ୍ୱାଇଁଙ୍କୁ ନୟାଗଡ଼ ତହସିଲଦାର ଭାବେ ନିଯୁକ୍ତ କରାଯାଇଛି l ସେହିପରି ଭାବେ ଓଡ଼ଗାଁ ତହସିଲଦାର ଅନିଲ କୁମାର ଆଚାର୍ଯ୍ୟଙ୍କୁ ରେଙ୍ଗାଲି ତହସିଲଦାର ଭାବେ ବଦଳି କରାଯାଇଥିବା ବେଳେ କଟକ ତହସିଲଦାର ମାନସ ରଞ୍ଜନ ଭୋଇଙ୍କୁ ଓଡ଼ଗାଁ ତହସିଲଦାର ଭାବେ ନିଯୁକ୍ତ କରାଯାଇଛି l ବେଲଗୁଣ୍ଠାର ବିଡ଼ିଓ ରୋଶନ ଶତପଥୀଙ୍କୁ ବଦଳି କରାଯାଇ ନୟାଗଡ଼ ଜିଲ୍ଲା ଦଶପଲ୍ଲା ତହସିଲଦାର ଭାବେ ନିଯୁକ୍ତ କରାଯାଇଛି l ମୋହନା ବିଡ଼ିଓ ତପସ୍ୱିନୀ ହାସଂଦାଙ୍କୁ ବଦଳି କରାଯାଇ ନୟାଗଡ଼ ଡେପୁଟି କଲେକ୍ଟର ଭାବେ ନିଯୁକ୍ତ କରାଯାଇଛି, ସେହିପରି କେନ୍ଦ୍ରାପଡ଼ାର ଡେପୁଟି କଲେକ୍ଟର ଆନନ୍ୟା ତ୍ରିପାଠୀଙ୍କୁ ନୟାଗଡ଼ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି l ବୁଗୁଡ଼ା ବିଡ଼ିଓ ବାସୁଦେବ ନାୟକଙ୍କୁ ନୟାଗଡ଼ ନୂଆଗାଁ ବ୍ଲକ ବିଡ଼ିଓ ଭାବେ ନିଯୁକ୍ତ କରାଯାଇଛି l ସେହିପରି ଭାବେ ନୟାଗଡ଼ର ଡେପୁଟି କଲେକ୍ଟର ଅରୁଣ କୁମାର ଦାସଙ୍କୁ ବଦଳି କରାଯାଇ ଓଡ଼ିଶା ସିଡ଼ିର କର୍ପୋରେସନର ଆଡିମିଷ୍ଟର ଅଫିସର ଭାବେ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି l






