ଆଠଗଡ଼, (ବାଘୁଆବାର୍ତ୍ତା): ଆଠଗଡ଼ ଥାନାରୁ ଅଭିଯୁକ୍ତ ଚଂପଟ ମାରିବା ଘଟଣା। କାର୍ୟ୍ୟରେ ଅବହେଳା ପାଇଁ ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ। ଏ ଏସ୍ ଆଇ ରଞ୍ଜନ ସାହୁ ଏବଂ କନେଷ୍ଟବଳ କ୍ଷୀରୋଦ ବେହେରା ନିଲମ୍ବିତ । ନିଲମ୍ବିତ କଲେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ । ଗତ ୮ ତାରିଖରେ ଆଠଗଡ଼ ଥାନା ଅମୃତମଣୋହୀ ପାଟଣା ଗାଁର ବିରଞ୍ଚି ମନ୍ତ୍ରୀଙ୍କୁ ଘରୁ ଉଠାଇ ଆଣି ଥାନା ହାଜତରେ ରଖିଥିଲା ଆଠଗଡ଼ ପୋଲିସ । ଅଗଷ୍ଟ ମାସ ୯ ତାରିଖରେ ଏହି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ମୂହାଁମୁହିଁ ହେବା ସହ ବୋମାମାଡ ଓ ଖଣ୍ଡାରେ ଆକ୍ରମଣ ହୋଇଥିଲା । ସୂଚନା ଥାଉକି, ଗତ ୮ ତାରିଖରେ ଥାନାରୁ ଅଭିଯୁକ୍ତ ମାରିଲା ଅଭିଯୁକ୍ତ । ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ଥାନାରୁ ଚମ୍ପଟ ମାରିଲା କଏଦୀ । ହାଜତ ଭିତରୁ ଚମ୍ପଟ୍ ମାରିଥିଲା ଜଣେ ଅଭିଯୁକ୍ତ । ଠିକ୍ ମାସେ ତଳେ ଅଗଷ୍ଟ ୯ ତାରିଖରେ ଆଠଗଡ଼ର ଥାନାର ଅମୃତମଣୋହି ପାଟଣା ଗ୍ରାମରେ ବୋମାମାଡ଼ ଘଟଣାରେ ଫେରାର ରହିଥିଲା ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ । ପରେ ରାତିରେ ଆଠଗଡ଼ ପୋଲିସ ବିରଞ୍ଚିଙ୍କ ଉଠାଇ ଆଣି ଆଠଗଡ଼ ଥାନାରେ ରଖିଥିଲା । ହେଲେ ପୋଲିସ କର୍ମଚାରୀଙ୍କ ଅସାବଧାନତା ହେତୁ କଏଦୀ ଚମ୍ପଟ ମାରିଛି ।





