Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଟିପତି ଅବକାରୀ ଏଏସଆଇଙ୍କର ୬ଟି ପ୍ଲଟ ୨ଟି ଘର, ମିଳିଲା ୧ ଲକ୍ଷ ୩୫ ହଜାର ଓ ୩୦୦ ଗ୍ରାମ ସୁନା

by ସଞ୍ଜୟ ସ୍ୱାଇଁ
September 7, 2023
in Crime, Nayagarh, State
ଆୟ ବହିର୍ଭୂତ ସମ୍ପତ୍ତି, ଭିଜିଲାନ୍ସ ଜାଲରେ ଅବକାରୀ ଏଏସ୍‌ଆଇ, ନୟାଗଡ଼ ସମେତ ୪ଟି ସ୍ଥାନରେ ଚଢ଼ଉ
438
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଜଜଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅବକାରୀ ବିଭାଗର ଏଏସ୍‌ଆଇଙ୍କ ଘରେ ଚଢ଼ଉ ଜାରି ରହିଛି । ନୟାଗଡ଼ ପୁରୁଣା ସହର ଶଗଡିଆ ସାହିରେ ରହୁଥିବା ସୁଦିପ୍ତ ଦାସଙ୍କ ଘର ସମେତ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି । ୪ ଜର ଡିଏସପି ଓ ୬ ଜଣ ଇନିସ୍‌ପେକ୍ଟର ଏହି ଚଢ଼ଉରେ ସାମିଲ ହୋଇଛନ୍ତି । ପୂର୍ବରୁ ସୁଦିପ୍ତ ନୟାଗଡ଼ ଅବକାରୀ ବିଭାଗର କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନାମରେ ବହୁ ଅଭିଯୋଗ ରହିଥିଲା । ଏପରିକି ସିଏ ନିର୍ବାହିଙ୍କ ପକ୍ଷରୁ ସସପେଣ୍ଡ ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ଏଏସ୍‌ଆଇ ଭାବେ ଏବେ କାମ କରୁଛନ୍ତି ସୁଦୀପ୍ତ ଦାଶ । ନୟାଗଡ଼ ନିଜ ବାସଭବନର ଦୁଇଟି ଘର ସହିତ ବାଲୁଗାଁ କାର୍ଯ୍ୟାଳୟ ବାଲୁଗାଁ ଘର ଉପରେ ଚଢ଼ଉ ଜାରି ରହିଛି । ଏକକାଳୀନ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ ଅବକାରୀ ବିଭାଗ ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ତେବେ ଚଢାଉ ହେଉଥିବା ସ୍ଥାନମାନଙ୍କ ମଧ୍ୟରେ ଖୋର୍ଦ୍ଧା ଓ ନୟାଗଡ଼ର ୪ଟି ସ୍ଥାନ ରହିଛି । ବାଲୁଗାଁ ଅବକାରୀ ଏଏସଆଇ ସୁଦୀପ୍ତ ଦାଶଙ୍କ ଘରୁ ନଗଦ ଲକ୍ଷେ ୩୫ ହଜାର ଟଙ୍କା ଜବତ ହୋଇଛି। ଏହା ସହ ୩୦୦ ଗ୍ରାମର ସୁନା ଜବତ ହୋଇଛି। ସୁଦୀପ୍ତ ଦାଶଙ୍କ ନାଁରେ ନୟାଗଡ଼ରେ ୬ଟି ପ୍ଲଟ୍ ଏବଂ ୨ଟି ଘର ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!