Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ୍‌ରେ ଟ୍ରାକ୍ଟର ନମ୍ବର, ଯୁବକ ଗିରଫ

by Anil Panda
June 24, 2020
in Crime
ବାଇକ୍‌ରେ ଟ୍ରାକ୍ଟର ନମ୍ବର, ଯୁବକ ଗିରଫ
64
VIEWS
Share on FacebookShare on Twitter

ଚୋରା ବାଇକ ଜବତ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଂଚଳରେ ଜଣେ ଯୁବକ ଟ୍ରାକ୍ଟର ନମ୍ବରରେ ବାଇକ ଚଳାଇବା ମହଙ୍ଗା ପଡ଼ିଛି । ଆଜି ପୁଲିସ ଯୁବକଙ୍କୁ ଗିରଫ କରିବା ସହ ଚୋରା ବାଇକଟିକୁ ଜବତ କରିଛି । ସୂଚନାନୁସାରେ, ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥ ଦଶପଲ୍ଲା ଥାନା ଜଗାପୁର ଗ୍ରାମ ନିକଟରେ ଆଜି ପୁଲିସ ଚେଂକି କରୁଥିବା ବେଳେ ଏକ ବାଇକ୍ ପୁଲିସ ସନ୍ଦେହକୁ ଆସିଥିଲା । ଯାହାକୁ ନେଇ ଏହାର କାଗଜାତ ମାଗିବା ପରେ ବାଇକ ଚାଳକ ଦେଖାଇ ପାରିନଥିଲେ । ପୁଲିସ ବାହାନ ଆପ୍‌ରେ ଯାଂଚ ବେଳେ ଗାଡ଼ିଟିରେ ଟ୍ରାକ୍ଟର ନମ୍ବର ଲାଗିଥିବା ଜଣାପଡ଼ିଥିଲା । ଏହାକୁ ନେଇ ଏଏସ୍‌ଆଇ ପ୍ରମୋଦ କୁମାର ନନ୍ଦ ଥାନାରେ ରିର୍ପୋଟ କରିବା ସହ ବାଇକ ଜବତ କରିଥିଲେ । ଏଥିସହିତ ବାଇକ ଚାଳକକୁ ଗିରଫ କରାଯାଇଥିବା ଜଣାଯାଇଛି । ଏହି ବ୍ୟକ୍ତି ଜଣଙ୍କ ହେଲେ ସ୍ଥାନୀୟ ପୁରୁଣା ଦଶପଲ୍ଲା ଗ୍ରାମର ରାଜିକିଶୋର ପରିଡ଼ାଙ୍କ ପୁଅ ସୁଶାନ୍ତ କୁମାର ପରିଡ଼ା ବୋଲି ଜଣାଯାଇଛି । ଏହି ବାଇକକୁ ସେ ୬ ଶହ ଟଙ୍କାରେ କିଣିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ଆଜି ଗିରଫ ହୋଇଥିବା ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷେ, ଦଶପଲ୍ଲା ଅଂଚଳରେ ଏହି ପରି ଅନେକ ଚୋରା ବାଇକ୍ ଆତଯାତ କରୁଥିବା ଅଭିଯୋଗ ହେଉଛି ।

Leave a Reply Cancel reply

Your email address will not be published. Required fields are marked *

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!