Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀର ଝୁଲନ୍ତା ମୃତଦେହ ଦେଖି ଜୀବନ ହାରିଦେଲା ସ୍ତ୍ରୀ

by ସଞ୍ଜୟ ସ୍ୱାଇଁ
September 3, 2023
in Crime, State
ସ୍ୱାମୀର ଝୁଲନ୍ତା ମୃତଦେହ ଦେଖି ଜୀବନ ହାରିଦେଲା ସ୍ତ୍ରୀ
459
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ପରିବାର କଳିକୁ ନେଇ ଜୀବନ ହାରିଦେବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଏଭଳି କିଛି ଘଟଣା ସାମନାକୁ ଆସୁଛି । ଏଥିରେ ଆଉ ଏକ ଘଟଣା ଯୋଡ଼ି ହୋଇ ଯାଇଛି ଖୋର୍ଦ୍ଧା ଜିଲ୍ଲାରୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ପରେ ସ୍ୱାମୀ ଆତ୍ମହତ୍ୟା କରିଦେଲେ । ଆଉ ସ୍ବାମୀଙ୍କ ଝୁଲନ୍ତା ମୃତ ଦେହ ଦେଖି ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା କରି ଦେଲେ । ଏଭଳି ଏକ ଦୁଃଖଦ ଘଟଣା ଖୋର୍ଦ୍ଧା ସଦର ଥାନା ଅଧୀନ ବଣିଆଟାଙ୍ଗିରେ ଘଟିଛି । ଦର୍ଶକ ବନ୍ଧୁ ଈଶ୍ୱର ଜୀବନ ଦେଇଛନ୍ତି ଜୀଇବା ପାଇଁ । ଦୁନିଆରେ ଜନ୍ମ ହେଲେ ଅନେକ ଦୁଃଖ କଷ୍ଟ ଆସେ । ତାକୁ ସାମନା କରି ଆଗକୁ ଯିବା ହେଉଛି ମଣିଷର କର୍ତ୍ତବ୍ୟ । ହେଲେ ଧୈର‌୍ୟ୍ୟହରା ମଣିଷ ଆଜି ସେଥିରୁ ଦୂରେଇ ଯାଉଛି । ଆଉ ଅକାଳରେ ଜୀବନ ଝଡ଼ି ଯାଉଛି । ଆମେ ସମସ୍ତେ ଜାଣିଛେ ଆଜିକା ଦୁନିଆରେ କେହି କାହାର ନୁହନ୍ତି ଭଲ ପାଇବାର ବାହାନା କରି ସମ୍ପତ୍ତି ଲୁଟି ନିଆନ୍ତି । ଆଉ କେହି କେହିତ ବିବାହ ପରେ ସମ୍ପତ୍ତି ଆଶାରେ ପାରିବାରିକ କଳହର ଆଳ ଦେଖାଇ କୋର୍ଟରେ ମିଛ ମକଦ୍ଦମା କରି ଛାଡ଼ପତ୍ର ସହିତ ସମ୍ପତ୍ତି ନିଅନ୍ତି । ଆଜିକା ଦୁନିଆରେ ନିଛକ ଭଲପାଇବା ବହୁତ କମ ମିଳିଥାଏ । ଆଜି ଆମେ ଦେଖିବା ଏଭଳି ଏକ ଭଲ ପାଇବା ସ୍ୱାମୀର ମୃତ୍ୟୁ ଦେଖି ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା କରିଦେଇଛନ୍ତି । ଖୋର୍ଦ୍ଧା ବଣିଆଟାଙ୍ଗି ଗ୍ରାମର ସମରେନ୍ଦ୍ର ସେନାପତି ଏବଂ ତାଙ୍କ ସ୍ତ୍ରୀ ସୁନିତା ସେନାପତି ଦୁହେଁ ଦୁହିଁଙ୍କୁ ଜୀବନ ଠାରୁ ବି ଅଧିକ ଭଲ ପାଉଥିଲେ । ପାରିବାରିକ କଳହ କାହା ଘରେବା ନାହିଁ ସମସ୍ତଙ୍କ ଘରେ ରହିଛି କିଛି ନା କିଛି କଳହ ଏହି ଭଳି କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଥିଲା । ସମରେନ୍ଦ୍ର ପେସାରେ ଜଣେ ରଙ୍ଗ ମିସ୍ତ୍ରୀ । ରଙ୍ଗ କାମ କରି ପରିବାର ପୋଷଣ କରିଥାନ୍ତି । ପରିବାର କହିଲେ ଘରେ ତାଙ୍କର ସ୍ୱାମୀ ସ୍ତ୍ରୀ ଦୁଇ ଝିଅ ଗୋଟିଏ ପୁଅ । ସମସ୍ତେ ପାଠ ପଢୁଛନ୍ତି । ସମରେନ୍ଦ୍ର ରଙ୍ଗ କାର‌୍ୟ୍ୟ କରିବା ସହିତ ନିଜର ବିଲ ବାଡ଼ିରେ ମଧ୍ୟ କାମ କରନ୍ତି । ସବୁ ଦିନ ଭଳି ଆଜି ବି ବିଲକୁ ଯାଇଥିଲେ । କାମରୁ ଫେରିବା ପରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କୌଣସି କାରଣରୁ କଳହ ହୋଇଥିବା ସମସ୍ତେ ସନ୍ଦେହ କରୁଛନ୍ତି ପରିବାର ଲୋକେ । ଯେଉଁଥିପାଇଁ ସମରେନ୍ଦ୍ର ଏକ ଘରେ ପଶି କବାଟ ଦେଇଦେଲେ । କବାଟ ନଫିଟେଇବାରୁ ପରିବାର ଲୋକେ ଏବଂ ତାଙ୍କ ଭାଇ କବାଟ ଭାଙ୍ଗି ଭିତରେ ପଶିଥିଲେ । ଦେଖିଲା ବେଳକୁ ରସି ଲଗେଇ ଝୁଲିପଡିଥିଲେ ସମରେନ୍ଦ୍ର । ସଙ୍ଗେ ସଙ୍ଗେ ତାଙ୍କୁ ତଳକୁ ଓହ୍ଲାଇ ହସ୍ପିଟାଲ ନେବା ପରେ ଡାକ୍ତର କହିଲେ ଆଉ ଦେହରେ ପ୍ରାଣ ନାହିଁ । ସ୍ୱାମୀର ମୃତ୍ୟୁକୁ କିନ୍ତୁ ସହି ପାରିଲେନି ସ୍ତ୍ରୀ ସୁନିତା । ଅଚାନକ ମୃତ୍ୟୁ ତାଙ୍କୁ ଖୁବ୍ ମାନସିକ ଆଘାତ ଦେଲା । ଆଉ ଖବର ଆସିବା ପରେ ସଂଗେ ସଂଗେ ନେଇଗଲେ ଚରମ ନିଷ୍ପତ୍ତି । ଘର ଲୋକଙ୍କ କହିବା କଥା ସୁନିତା ନିଜେ ଘରେ ଥିବା ଏକ ବିଦ୍ୟୁତ ତାରକୁ ଧରି ମୃତ୍ୟୁ କୋଳକୁ ଟାଣି ହୋଇଗଲେ । ଏହି ଘଟଣା ଏବେ ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!