Saturday, October 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦ୍ୟୁତ୍ ଆଘାତରେ ଯୁବକ ମୃତ, ୪ ଘଣ୍ଟା ଅଟକ ରହିଲେ ଲାଇନ୍ସ ମ୍ୟାନ୍ ଓ ହେଲ୍‌ପର୍

by Anil Panda
June 23, 2020
in Breaking, Crime
ବିଦ୍ୟୁତ୍ ଆଘାତରେ ଯୁବକ ମୃତ, ୪ ଘଣ୍ଟା ଅଟକ ରହିଲେ ଲାଇନ୍ସ ମ୍ୟାନ୍ ଓ ହେଲ୍‌ପର୍
32
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ବିଦ୍ୟୁତ୍ ବିଭାଗର ଅପାରଗତା ପାଇଁ ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବା ବେଳେ ବିଦ୍ୟୁତ୍ ବିଭାଗ ଜାଣି ଅଜଣା ସାଜିଛି । ବିପଦ ସଂକୁଳ ଅବସ୍ଥାରେ ରହିଥିବା ଖୁଣ୍ଟ, ଟ୍ରାନ୍ସଫର୍ମର ଏବଂ ତାରକୁ ବିଭାଗ ନସଜାଡ଼ିବା ଏହାର କାରଣ ପାଲଟିଛି । ଯାହାକୁ ନେଇ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଉଦୟପୁର ପଂଚାୟତ ଜୟପଲ୍ଲୀରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ୍ କରେଣ୍ଟା ଲାଗି ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ଗ୍ରାମବାସୀ ଲାଇନ୍ସ ମ୍ୟାନ ଏବଂ ହେଲ୍‌ପର୍‌ଙ୍କୁ ଦୀର୍ଘ ୪ ଘଣ୍ଟା ଅଟକ ରଖିଛନ୍ତି । ସୂଚନାନୁସାରେ, ଚାରି ଦିନ ତଳେ ଜୟପଲ୍ଲୀ ଗ୍ରାମର ବିଦ୍ୟୁତ୍ ଟ୍ରାନ୍ସଫର୍ମର ସାମନାରେ ଘର କରିଥିବା ଜଣେ ଯୁବକ ଟ୍ରାନ୍ସଫର୍ମର ପାଖରେ ଗାଇ ବାନ୍ଧୁଥିବା ବେଳେ ତାଙ୍କୁ କରେଣ୍ଟ ଲାଗିଥିଲା । ଏହି ଯୁବକ ଜଣଙ୍କ ହେଲେ ଉକ୍ତ ଗ୍ରାମର ଅଜୟ ପାତ୍ରଙ୍କ ପୁଅ ଦିଲ୍ଲିପ ପାତ୍ର । ସ୍ଥାନୀୟ ଲୋକେ ଟ୍ରାନ୍ସଫର୍ମର ହାଣ୍ଡେଲ ପକାଇଥିଲେ ମଧ୍ୟ ତାହା କାମ କରିନଥିଲା । ବିଦ୍ୟୁତ୍ କର୍ମଚାରୀମାନେ ହ୍ୟାଣ୍ଡେଲ୍‌କୁ ବାଦ ଦେଇ ବିଦ୍ୟୁତ୍ ସରବରାହ୍ ଦେଇଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା । ଫଳରେ ଯୁବକଙ୍କୁ ଗ୍ରାମବାସୀ ଗୁରତର ଅବସ୍ଥାରେ ଡାକ୍ତରଖାନା ନେଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଗୁମୁରି ଗୁମୁରି ରହିଥିବା ବେଳେ ଆଜି ଗ୍ରାମକୁ ବିଦ୍ୟୁତ୍ ବିଭାଗ ଲାଇନ୍ସ ମ୍ୟାନ ସୂର୍ଯ୍ୟ ରଂଜନ ସାହୁ ଏବଂ ହେଲ୍‌ପର୍ ମମ୍ମଥ ପାଣି କୈାଣସି କାମରେ ଯାଇଥିଲେ । ଏହା ଜାଣିପାରି ଗ୍ରାମବାସୀ ଉଭୟ କର୍ମଚାରୀଙ୍କୁ ଦୀର୍ଘ ୪ ଘଣ୍ଟା କାଳ ଗ୍ରାମରେ ଅଟକ ରଖିଥିଲେ । ଏନେଇ ବିଦ୍ୟୁତ୍ ବିଭାଗ କର୍ମଚାରୀ ଖବରପାଇ ଥିଲେ ମଧ୍ୟ ଉଭୟ କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳକୁ ଯାଇନଥିଲେ । ଗ୍ରାମବାସୀ କ୍ଷତିପୂରଣ ଦାବିରେ ଏଭଳି କରିଥିଲେ ମଧ୍ୟ ବିଳମ୍ବିତ ସମୟରେ ଦୁଇ କର୍ମଚାରୀଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!