Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଷକ୍ରିୟା ଯୋଗୁଁ ଦମ୍ପତିଙ୍କ ମୃତ୍ୟୁ ଘଟଣା, ଜେଲଗଲେ ଦୁଇ ଭଉଣୀ ଓ ଭିଣୋଇ

by Anil Panda
June 22, 2020
in Breaking
ବିଷକ୍ରିୟା ଯୋଗୁଁ ଦମ୍ପତିଙ୍କ ମୃତ୍ୟୁ ଘଟଣା, ଜେଲଗଲେ ଦୁଇ ଭଉଣୀ ଓ ଭିଣୋଇ
23
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ଥାନା ଅଧିନ ଗୋଲାବୋଦସା ଗ୍ରାମରେ ଗତ ଜୁନ ୧୫ ତାରିଖରେ ମଧ୍ୟାହ୍ନଭୋଜନରେ ବିଷକ୍ରୀୟା ଯୋଗୁଁ ଭାଗିରଥି ସ୍ୱାଇଁ(୬୦) ଓ ପତ୍ନୀ କୈାଶଲ୍ୟା ସ୍ୱାଇଁ(୫୪)ଙ୍କ ଅକାଳ ମୃତ୍ୟୁ ଘଟଣାରେ ରବିବାରଠାରୁ ଖଣ୍ଡପଡ଼ା ଥାନା ହାଜତରେ ଅଟକ ଥିବା ୩ ଅଭିଯୁକ୍ତଙ୍କୁ ପୋଲିସ ସୋମବାର କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ଖଣ୍ଡପଡ଼ା ସବ୍‌ଜେଲକୁ ପଠାଇ ଦିଆଯାଇଥିବା ଜଣାଯାଇଛି । ଜେଲ ଯାଇଥିବା ଅଭିଯୁକ୍ତମାନେ ହେଲେ ମୃତ ଭାଗିରଥିଙ୍କ ସାନଭାଇ ଲକ୍ଷ୍ମୀଧରଙ୍କ ପତ୍ନୀ ନର୍ମଦା ସ୍ୱାଇଁ ଓ ନର୍ମଦାଙ୍କ ବଡ ଭଉଣୀ ସୁକାନ୍ତି ପ୍ରଧାନ ଓ ଭିଣୋଇ ଅବସରପ୍ରାପ୍ତ ଶିକ୍ଷକ ହରିହର ପ୍ରଧାନ ବୋଲି ଖଣ୍ଡପଡ଼ା ପୋଲିସ ସୁତ୍ରରୁ ଜଣାପଡିଛି । ଭଉଣୀ ଓ ଭିଣୋଇଙ୍କ ପ୍ରରୋଚନାରେ ନର୍ମଦା ଦେଢ଼ଶୁର ଓ ବଡଯାଆଙ୍କୁ ତରକାରୀରେ ବିଷ ମିଶାଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଅବସରପ୍ରାପ୍ତ ଶିକ୍ଷକ ହରିହରଙ୍କ ସାନଭାଇ ଯୋଗୀନାଥ ପ୍ରଧାନ ଉପରୋକ୍ତ ଘଟଣାର ମାଷ୍ଟରମାଇଣ୍ଡ ବୋଲି ଖଣ୍ଡପଡା ଥାନାରେ ଦାୟର ହୋଇଥିବା ଲିଖିତ ଅଭିଯୋଗପତ୍ରରୁ ଜଣାପଡିଛି । ତେବେ ମୃତ ଦମ୍ପତିଙ୍କ ବଡପୁଅ ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ଲିଖିତ ଅଭିଯୋଗକ୍ରମେ ପୋଲିସ ଯୋଗୀନାଥଙ୍କ ସମେତ ୪ଜଣଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିବା ଆଇଆଇସି ବିମଳ କୁମାର ମଲ୍ଲିକଙ୍କଠାରୁ ପ୍ରକାଶ । ତେବେ ଅନ୍ୟତମ ଅଭିଯୁକ୍ତ ସୁଦୁର ସୁରଟରେ ରହୁଥିଲେ ହେଁ ଖୁବଶିଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ଗୋଲା ବୋଦସା ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!