ବଲାଙ୍ଗୀର, (ବାଘୁଆବାର୍ତ୍ତା): ପରକିଆ ପ୍ରୀତି ପଡିଲା ମହଙ୍ଗା । ରାତି ଅଧିଆ ବିବାହିତ ସ୍ତ୍ରୀକୁ ଭେଟିବାକୁ ଆସି ବନ୍ଧା ହେଲେ ଯୁବକ । ବଲାଙ୍ଗୀର ଲୋଇସିଂହା ଥାନା ଅନ୍ତର୍ଗତ ବେନ୍ଦ୍ରା ଗାଁରେ ଘଟିଛି ଏଭଳି ଘଟଣା । ଦୀର୍ଘ ଘଣ୍ଟାର କସରତ ପରେ ଉଦ୍ଧାର କଲା ପୋଲିସ । ତେବେ ଲୋଇସିଂହା ବେନ୍ଦ୍ରାର ଯୋଗେଶ୍ୱର ସୁନାଙ୍କ ଘରେ ଏଭଳି ହୋଇଛି । ଯୋଗେଶ୍ୱରଙ୍କ ଘରେ କାଲି ତାଙ୍କ ସ୍ତ୍ରୀ ଓ ଦେଢ଼ବର୍ଷର ଶିଶୁଥିବା ବେଳେ ରାତିରେ ପାଖ ଗାଁର ଚିନ୍ମୟ ମହାକୁର ନାମକ ଜଣେ ଯୁବକ ଘରକୁ ଆସିଥିଲା । ଏନେଇ ତାଙ୍କ ପରିବାର ଲୋକ ଓ କିଛି ଗ୍ରାମବାସୀ ଖଵର ପାଇ ଶିଶୁକୁ ବାହାରକୁ ଆଣି ଉଭୟଙ୍କୁ ତାଲା ପକାଇ ଦେଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ରାତି ୩ଟାରେ ପୋଲିସ ପହଁଚିବା ପରେ ଲୋକେ ନା କବାଟ ଖୋଲିଥିଲେ, ନା ପୋଲିସକୁ ଖୋଲିବାକୁ ଦେଇଥିଲେ । ଶେଷରେ ପୋଲିସକୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ । ଏନେଇ ୨ ସେକ୍ସନ ଫୋର୍ସ ପୋଲିସ ମଗାଇ ଗାଁରେ ସକାଳ ୧୧ ଟା ପରେ ଉଭୟଙ୍କୁ ବାହାର କରିବାରେ ସଫଳ ହୋଇଥିଲା । ମହିଳା ଓ ଯୁବକଙ୍କୁ ନେବା ସମୟରେ ପୋଲିସ ଉପରକୁ ପଥର ମାଡ଼ ମଧ୍ୟ ହୋଇଥିଲା । ତେବେ ମହିଳାଙ୍କୁ ଯୁବକ ସହ ବାହା କରିବା ଦାବି କରି ବାଜା ବଜାଇ ପ୍ରତିବାଦ କରିଥଲେ ଯାହାକୁ ମନା କରିବାରୁ ଏଭଳି ପୋଲିସ ଉଅପରେ ଆକ୍ରମଣ ମଧ୍ୟ କରିବାକୁ ପଛାଇ ନଥିବା କହିଛନ୍ତି ଏସ୍ଡିପିଓ । ସେପଟେ ଉଭୟ ମହିଳା ଓ ଯୁବକକୁ ଲୋଇସିଂହା ଥାନାରେ ଅଟକ ରଖି ପଚରା ଉଚୁରା କରିବା ସହ ଛାନଭିନ କରୁଛି ପୋଲିସ । ଘଟଣାର ତଦନ୍ତ ପରେ ଆକନ୍ସ ନେବା ସହ ପୋଲିସ ଉପରେ ଆକ୍ରମଣ କରିଥିବା ଲୋକଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ୍ଡିପିଓ ।





