Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫାଣ୍ଡି ଅଧିକାରୀଙ୍କ ବଦଳି ପ୍ରତିବାଦରେ ଗଣଧାରଣା

by Anil Panda
June 20, 2020
in Breaking, Feature News, Nayagarh
ଫାଣ୍ଡି ଅଧିକାରୀଙ୍କ ବଦଳି ପ୍ରତିବାଦରେ ଗଣଧାରଣା
32
VIEWS
Share on FacebookShare on Twitter

ଲୋକପ୍ରିୟତାର ଅନ୍ୟତମ ଉଦାହରଣ ପ୍ରଦୀପ ସାମଲ

ନୟାଗଡ଼, (ବାଘୁଆବାର୍ତ୍ତା) : ରାଜସୁନାଖଳା ଫାଣ୍ଡି ଅଧିକାରୀଙ୍କ ବଦଳି ପ୍ରତିବାଦରେ ଫାଣ୍ଡି ସାମନାରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି । ଯାହାକୁ ନେଇ ଫାଣ୍ଡି ଅଧିକାରୀଙ୍କ ଲୋକପ୍ରିୟତା କେତେ ତାହା ପ୍ରମାଣିତ ହୋଇଛି । ସୂଚନାନୁସାରେ, ୨୦୧୮ ମସିହା ଶେଷରୁ ଏସ୍‌ଆଇ ପ୍ରଦୀପ ସାମଲଙ୍କର ନୟାଗଡ଼ ଜିଲ୍ଲାରୁ ଭୂବନେଶ୍ୱର ବଦଳି ହୋଇଛି । ସେହି ସମୟରେ ସେ ନୟାଗଡ଼ ଟାଉନଥାନାରେ କାର୍ଯ୍ୟରତ ଥିଲେ । ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା ପୁଲିସରୁ ତାଙ୍କୁ ଛଡ଼ା ଯାଇନଥିଲା । ପରେ ରାଜସୁନାଖଳା ଫାଣ୍ଡି ଅଧିନରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବା ଲକ୍ଷ୍ୟ କରି ତତ୍କାଳୀନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ ତାଙ୍କୁ ରାଜସୁନାଖଳା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଦେଇଥିଲେ । ଏଇ କିଛି ମାସ ମଧ୍ୟରେ ଶ୍ରୀଯୁକ୍ତ ସାମଲ ରାଜସୁନାଖଳା ଅଂଚଳର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ସୁଧାରିବାରେ ସଫଳ ହୋଇଥିବା ବେଳେ ଏହି ଅଂଚଳ ଲୋକଙ୍କ ନିକଟତ୍ତର ହୋଇପାରିଛନ୍ତି । ମାତ୍ର ୨୦୧୮ ମସିହାର ବଦଳି ଆଦେଶକୁ କାର୍ଯ୍ୟକାରୀ କରିବାକୁ ପୁଲିସ ବିଭାଗରୁ ପୁଣି ଚିଠି ଆସିବା ପରେ ଏବେ ତାଙ୍କୁ ରିଲିଜ କରାଯିବା ନେଇ ଜିଲ୍ଲା ପୁଲିସ ବ୍ୟବସ୍ଥା ଗ୍ରହଣ କରୁଛି । ଏହି ଖବର ରାଜସୁନାଖଳାବାସୀଙ୍କ ନିକଟରେ ପହଂଚିବା ପରେ କିଛିବ୍ୟକ୍ତି ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ । ଆଜି ତାଙ୍କ ବଦଳି ପ୍ରତିବାଦରେ ଫାଣ୍ଡି ଆଗାରେ ଅନେକ ଲୋକ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଛନ୍ତି । ଏହି ଆନ୍ଦୋଳନରେ ରାଜସୁନାଖଳା ପଂଚାୟତ ଲୋକଙ୍କ ସହ ଆଖପାଖ ଅଂଚଳ ଲୋକ ମଧ୍ୟ ସାମିଲ ହୋଇଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜସୁନାଖଳା ବାସୀଙ୍କ ଦାବିକୁ ଯାଥାର୍ଥ ଭାବି ଏସ୍‌ଆଇଙ୍କ ବଦଳି ପ୍ରତ୍ୟାହୃତ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!