Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୋନ କରାଇଦେବାକୁ କହି ୪୯ ହଜାର ଟଙ୍କାର ଚୁନ ଲଗାଇଲେ ଲୁଟେରା, ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
August 15, 2023
in Crime, Nayagarh, State
ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୋନ କରାଇଦେବାକୁ କହି ୪୯ ହଜାର ଟଙ୍କାର ଚୁନ ଲଗାଇଲେ ଲୁଟେରା, ବାନ୍ଧିଲା ପୁଲିସ
386
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ବିହାର ଅଞ୍ଚଳର ଦୁଇ ଫ୍ରଡ ଲୁଟେରାଙ୍କୁ ବାନ୍ଧିଛି ନୟାଗଡ଼ ଟାଉନ ଥାନା ପୁଲିସ । ଜଣେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ୩ ଲକ୍ଷ ଟଙ୍କା ଲୋନ କରାଇ ଦେବାକୁ କହି ବିଭିନ୍ନ ସମୟରେ ୪୯ ହଜାର ୭୦୨ ଟଙ୍କା ଲୁଟ କରିଥିଲେ । ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍ୟଙ୍କ ନିର୍ଦ୍ଦେଶ କ୍ରମେ ଓ ନୟାଗଡ଼ ଏସଡିପିଓ ନେତୃତ୍ୱରେ ନୟାଗଡ଼ ଟାଉନ ଥାନା ଆଇଆଇସି ଦିଗବିଜୟୀ ବିଶ୍ୱାଳ ବିହାର ରାଜ୍ୟ ଗୟା ଅଞ୍ଚଳରୁ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ୫ ଗୋଟି ମୋବାଇଲ ଜବତ କରିବା ସହ ସେମାନଙ୍କ ଆକାଉଣ୍ଟରେ ଥିବା ୫୭ ହଜାର ଟଙ୍କାକୁ ଫ୍ରିଜ କରାଯାଇଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ନୟାଗଡ଼ ଆଡିସ୍‌ନାଲ ଏସପି ସୁବାଷ ଚନ୍ଦ୍ର ପଣ୍ଡା, ଏସଡିପିଓ ସ୍ନେହାସିସ ସାହୁ ଓ ନୟାଗଡ଼ ଟାଉନ ଥାନା ଆଇଆଇସି ଦିଗବିଜୟୀ ବିଶ୍ୱାଳ । ସୁଚନାନୁସାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଲାବାଇ ଗ୍ରାମର ଶୁଭଶ୍ରୀ ଶୁଭଶ୍ମିତା ବେହେରା ନୟାଗଡ଼ ଆକ୍ସିସ ବ୍ୟାଙ୍କର କର୍ମଚାରୀ ସେ ଗତ କିଛି ଦିନ ତଳେ ଫେସବୁକ ମାଧ୍ୟମରେ ଗୋଟିଏ ଅନୁଷ୍ଠାନ ଲୋନ ଦେବ ବୋଲି ବିଜ୍ଞାପନ ଛାପିଥିଲା । ଶୁଭଶ୍ରୀ ଫେସବୁକରେ ଯାଇ ଲଟେରା ମାନଙ୍କ ସହିତ ଯୋଗାଯୋଗରେ ଆସିଥିଲେ । ୩ ଲକ୍ଷ ଟଙ୍କା ଲୋନ କରାଇଦେବାକୁ କହି ୪୯ ହଜାର ୭୦୨ ଟଙ୍କା ଲୁଟେରା ମାନେ ଲୁଟି ନେଇଥିଲେ । ହେଲେ କୌଣସି ଲୋନ ହୋଇ ନଥିଲା । ସେ ଗତ ୧୧ ତାରିଖରେ ନୟାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଟାଉନ ଥାନା ପକ୍ଷରୁ ୧୬୧/୨୩ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିଲା । ଗୋଟିଏ ଟିମ ବିହାରର ଗୟା ଅଞ୍ଚଳକୁ ଯାଇ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ନୟାଗଡ଼ ଟାଉନ ଥାନା ପୁଲିସ । ବିହାରର ଗୟା ଜିଲ୍ଲା ଆଲ୍ଲିପୁର ଥାନା ଏଥୋରି ଗ୍ରାମର ରାକେଶ କୁମାର ଓ ଆଲିପୁର ଥାନା ଏଥୋରି ଗ୍ରାମର ମନିଶ କୁମାରକୁ ଗିରଫ କରିଥିଲା ପୁଲିସ । ଉଭୟଙ୍କୁ ଆଜି କୋର୍ଟ ଫରୁୱାର୍ଡ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!