Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୁବନେଶ୍ୱରର ସୁବିଧା ନୟାଗଡ଼ରେ, ଉପଭୋଗ କରିବେ ଯୁବପିଢି

by ସଞ୍ଜୟ ସ୍ୱାଇଁ
August 10, 2023
in Feature News, Nayagarh
ପୂର୍ଣ୍ଣାଙ୍ଗ ସହରର ରୂପ ନେଉଛି ନୟାଗଡ଼, ନୂଆରୂପରେ ରାଧାକୃଷ୍ଣ ସିନେମ୍ୟାସ୍କ
701
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସହରରେ ରାଧାକୃଷ୍ଣ ସିନେମ୍ୟାସ୍କ ଆଜି ଉଦଘାଟିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଏସପି ରାହୁଲ ଜୈନ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭୁବନେଶ୍ୱର ସୁବିଧା ନୟାଗଡ଼ରେ ମିଳିବ ବୋଲି କହିଛନ୍ତି। ଦୀର୍ଘଦିନ ଧରି ଅବହେଳିତ ହୋଇ ପଡ଼ିଥିବା ସିନେମା ହଲ ଜିଲ୍ଲାପାଳ ଓ ବିଧାୟକଙ୍କ ସହଯୋଗରେ କାର୍ଯ୍ୟକ୍ଷମ ହୋଇପାରିଛି। ଫଳରେ ମନଖୁସି କରିବା ପାଇଁ ଭୁବନେଶ୍ବର ଯାଉଥିବା ଯୁବ ପିଢ଼ି ଏବେ ନୟାଗଡ଼ରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ସିନେମା ଦେଖିବାର ସୁଯୋଗ ପାଇବେ ବୋଲି କହିଛନ୍ତି। ଏହା ସହ ସିନେମା ହଲ ପ୍ରତିଷ୍ଠାତା ବେଣୁଧର ମହାପାତ୍ର ସିନେମା ହଲ ନୂଆ ସୁବିଧା ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି କହିଛନ୍ତି। ନୟାଗଡ଼ରେ ଏଭଳି ଏକ ସିନେମା ହଲ ଆଶାଠାରୁ ଅଧିକ ବୋଲି ସମାଜସେବୀ ଧିରେନ୍ଦ୍ର ପଟ୍ଟନାୟକ କହିଛନ୍ତି। ବଲାଙ୍ଗୀପାର୍କ ପରିସରରେ ମୁକ୍ତାକାଶ ରଙ୍ଗମଞ୍ଚ ନୟାଗଡ଼ ପାଇଁ ସ୍ଵତନ୍ତ୍ର ଖ୍ୟାତି ଆଣିଥିବା ବେଳେ ଅନେକ କାର୍ଯ୍ୟ ନୟାଗଡ଼କୁ ବିକାଶ ମୁଖୀ କରୁଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!