Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିପିଆଇଏମ୍ ପକ୍ଷରୁ ନୟାଗଡ଼, ଦଶପଲ୍ଲା ଓ ଶରଣକୂଳରେ ବିକ୍ଷୋଭ

by ସଞ୍ଜୟ ସ୍ୱାଇଁ
June 18, 2020
in Business
ସିପିଆଇଏମ୍ ପକ୍ଷରୁ ନୟାଗଡ଼, ଦଶପଲ୍ଲା ଓ ଶରଣକୂଳରେ ବିକ୍ଷୋଭ
25
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସିପିଆଇଏମ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପଦର୍ଶନ କରାଯାଇଛି । ସେହିଭଳି ଶରଣକୂଳଠାରେ ଆଞ୍ଚଳକି କମିଟି ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଥିବା ଜଣାଯାଇଛି । ସୂଚନାନୁସାରେ, କମ୍ୟୁନିଷ୍ଟ ନେତା ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପଦର୍ଶନ କରାଯାଇଥିବା ବେଳେ ୧୨ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନିକଟକୁ ପଠାଯାଇଛି । ନୟାଗଡ଼ ଜିଲ୍ଲାର ସ୍ୱପ୍ନ ବୃତଙ୍ଗ ଜଳସେଚନ ଯୋଜନାର ସର୍ବେକ୍ଷଣ କାର୍ଯ୍ୟ ସମାପ୍ତ ହୋଇ ପରିବେଶ ମଂଜୁରୀ ପ୍ରାପ୍ତ ହୋଇଛି । ତେଣୁ ଏହି ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇ ଲକ୍ଷ ଲକ୍ଷ ଲୋକଙ୍କ କୃଷି ଓ ଶ୍ରମ ଭିତ୍ତିକ କାର୍ଯ୍ୟକୁ ସୁନିଶ୍ଚିତ କରାଯାଉ । ନୟାଗଡ଼ର ତାଲା ବନ୍ଦ ଚିନିକଳକୁ କାର୍ଯ୍ୟକ୍ଷମ କରାଯାଉ । ପଦ୍ମାବତୀଠାରେ ମହାନଦୀରେ ବ୍ୟାରେଜ ନିର୍ମାଣ କରାଯାଉ । ଜିଲ୍ଲାରେ ବ୍ୟାପକ ବନଜାତ ଦ୍ରବ୍ୟ ରହିଥିବା ବେଳେ ଏକ କାଗଜକଳ ପ୍ରତିଷ୍ଠା କରାଯାଉ । ଖୋର୍ଦ୍ଧା ବଲାଙ୍ଗିରୀ ରେଳପଥର ନିର୍ମାଣ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ନେଇ ମଧ୍ୟ ଦାବି କରାଯାଇଛି । ଜିଲ୍ଲାରେ ଖାଦ୍ୟ ପ୍ରକିୟାକରଣ ଶିଳ୍ପର ପ୍ରତିଷ୍ଠା ଏବଂ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ନେଇ ମଧ୍ୟ ଦାବି କରାଯାଇଛି । ସେହିଭଳି ପଶୁପାଳନ, ମତ୍ସ୍ୟ ଚାଷ ଏବଂ ଉଦ୍ୟାନ କୃଷିର ବିକାଶ ଏବଂ ଜିଲ୍ଲାରେ ଧାନକ୍ରୟ ମଣ୍ଡିକୁ ସୁବ୍ୟବସ୍ଥିତ କରିବା ନେଇ ଦାବି କରାଯାଇଛି । ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବାସ୍ତବାଭିମୁଖୀ ପଦକ୍ଷେପ ନିଆଯାଉ ବୋଲି ଦାବି କରାଯାଇଛି । ଏହି ବିକ୍ଷୋଭ ସମାବେଶରେ କାଳୁ ସ୍ୱାଇଁ, ଏସ୍‌ଏ କରିମ୍‌, ପବିତ୍ର ଇନ୍ଦ୍ରଜାତ୍ ପ୍ରମୂଖ ସାମିଲ ହୋଇଥିଲେ । ସେହିଭଳି କମ୍ୟୁନିଷ୍ଟ ନେତା ଗୋଲଖ ବିହାରୀ ମୁଦୁଲୀଙ୍କ ନେତୃତ୍ୱରେ ଶରଣକୂଳଠାରେ ବିକ୍ଷୋଭ ପଦର୍ଶନ କରାଯିବା ସହ ୧୨ ଦଫା ଦାବି ଉପସ୍ଥାପନ କରାଯାଇଛି । କରୋନା ଏବଂ ଲକ୍‌ଡାଉନ୍ ସମସ୍ୟାକୁ ନେଇ ଏହି ୧୨ ଦଫା ଦାବି ସରକାର ମାନିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଏହି ବିକ୍ଷୋଭ ସମାବେଶରେ ସରୋଜ ନାୟକ, ଆଲୋକ ପ୍ରଧାନ, ବିଭୂତି ପଟ୍ଟନାୟକ, ଜ୍ୟୋତି ପ୍ରଭା ଜେନା, ଧିରେନ ପାତ୍ର ପ୍ରମୂଖ ନେତୃତ୍ୱ ନେଇଥିଲେ । ସେହିଭଳି ଦଶପଲ୍ଲା ତହସିଲ କାର୍ଯ୍ୟାଳୟ ସାମନାରେ ଆଜି ବିକ୍ଷୋଭ ପଦର୍ଶନ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!