-
- ଭଦ୍ରକ, (ବାଘୁଆବାର୍ତ୍ତା): ବନ୍ତ ଥାନା ଅଂଚଳର ଏକ ଜମିବାଡ଼ି ମାମଲାରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ଦ୍ଵାରା ବନ୍ତ ଥାନା ASI ମାନସ କୁମାର ପରିଡ଼ାଙ୍କୁ ଭିଜିଲାନ୍ସ ଟିମ୍ ଧରିବାରେ ସଫଳ ହୋଇଛି l ସୂଚନା ଅନୁଯାୟୀ ବନ୍ତ ଥାନା ଅଂଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏହି ASI ଜଣକ ଜମିବାଡ଼ି ମାମଲାର ରଫା ଦଫା କରିବା ପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ l ସେହି ଅନୁସାରେ Asi ଜଣକ ଅଭିଯୋଗ କାରୀଙ୍କୁ ଯୋଗାଯୋଗ କରି ବନ୍ତ ଥାନା ଛକ ରେ ଥିବା ଏକ ଜେରକ୍ସ ଦୋକାନରେ ଟଙ୍କା ଦେବା ପାଇଁ ଫୋନ୍ ମାଧ୍ୟମରେ ଜଣାଇ ଥିଲେ l ସେହି ଅନୁସାରେ ଉକ୍ତ ବ୍ୟକ୍ତି ଜଣକ ଜେରକ୍ସ ଦୋକାନରେ ଟଙ୍କା ଦେଇ ସାରିବା ପରେ ASI ଙ୍କୁ ଫୋନ୍ ରେ ଜଣାଇଥିଲେ ପରେ ASI ଜଣକ ଉକ୍ତ ଜେରକ୍ସ ଦୋକାନକୁ ଯାଇ ଟଙ୍କା ସେହି ବ୍ୟକ୍ତି ଜଣକ ଦେଇ ସାରିଥିବାର ଜାଣିବାକୁ ପାଇଥିଲେ ଏହି ସମୟ ମଧ୍ୟରେ ପୂର୍ବରୁ ନଜର ରଖିଥିବା ୧୧ଜଣିଆ ଟିମ୍ ଯାଇ ଉକ୍ତ ଜେରକ୍ସ ଦୋକାନ ପାଖରେ ପହଞ୍ଚି ୧୦ ହଜାର ଟଙ୍କା ଜବତ କରିବା ସହ ସମ୍ପୃକ୍ତ ASI ଜଣଙ୍କୁ ଥାନାକୁ ଆଣି ନିଜ ହେପାଜତ୍ କୁ ନେଇ ଥାନାରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିବା ଦେଖିବାକୁ ମିଳିଥିଲା l ଏଥିରେ ଭଦ୍ରକ ଭିଜିଲାନ୍ସ DSP SK ସାମନ୍ତ ରାୟଙ୍କ ସହ ବାଲେଶ୍ଵର ଏବଂ ଭଦ୍ରକ ଭିଜିଲାନ୍ସ ର ୧୧ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ l ଏନେଇ ବାଲେଶ୍ଵର ଭିଜିଲାନ୍ସ ପକ୍ଷରୁ ୧୯/୨୩ରେ ଏକ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି l
No Result
View All Result
error: Content is protected !!