ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହ
ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ରାଜ୍ୟରେ ଉଚ୍ଚଶିକ୍ଷାର ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି । ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ବିଶ୍ୱବିଦ୍ୟାଳୟ ଉପଯୁକ୍ତ ମାର୍ଗ ଆପଣେଇବା ଏକ ଉଲ୍ଲେଖଯୋଗ୍ୟ ଉପଲବ୍ଧି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହକୁ ଅନ୍ଲାଇନ୍ ଯୋଗେ ଉଦ୍ବୋଧନ ଦେଇ ରାଜ୍ୟପାଳ ତଥା କୁଳାଧିପତି କହିଲେ ଯେ କୌଣସି ସମସ୍ୟାର ସମାଧାନ ନିମନ୍ତେ ବ୍ୟାପକ ସଚେତନତା ଆବଶ୍ୟକ । ଏହି ସଚେତନତା ପ୍ରଜ୍ଞା ଆଧାରିତ ହେବା ସହ ଆଲୋକକୁ ପଥ ଉନ୍ମୁକ୍ତ କରିବା ଦରକାର । ସଂପ୍ରତି ବିଶ୍ୱ ମହାମାରୀ କୋଭିଡ୍ର ଭୟାବହତା ପରିପ୍ରେକ୍ଷୀରେ ଏହାର ବିଶେଷ ତାତ୍ପର୍ଯ୍ୟ ରହିଛି । ଜ୍ଞାନଯଜ୍ଞ ପାଇଁ ଅନୁକୂଳ ପରିବେଶ ନିର୍ମାଣ ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ଓ ନ୍ୟାସନାଲ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଣ୍ଟାଲ୍ ହେଲଥ୍ ଆଣ୍ଡ ନୁ୍ୟରୋସାଇନ୍ସ, ବେଙ୍ଗାଲୁରୁ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହ କୋଭିଡ୍-୧୯ ସମୟରେ ମନସ୍ତାତ୍ତ୍ୱିକ ସେବା ସଂପର୍କିତ ପ୍ରଶିକ୍ଷଣ ମଡୁ୍ୟଲ୍ ଉନ୍ମୋଚିତ ହୋଇଥିଲା । ରାଜ୍ୟପାଳ ଭିମ୍ସାର୍ ସହାୟତାରେ ପ୍ରସ୍ତୁତ ‘କୋଭିଡ୍ ଯୁଦ୍ଧଜ୍ଞାନ’ ପ୍ରଶିକ୍ଷଣ ମଡୁ୍ୟଲ୍ ଏବଂ ‘ପବ୍ଲିକ୍ ଲାଇବ୍ରେରି ଆଣ୍ଡ ଡିଜିଟାଲ୍ ଡିଭାଇଡ୍’ ଏବଂ ‘ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରୋଫାଇଲ୍ ୨୦୨୦’କୁ ଉନ୍ମୋଚନ କରିଥିଲେ । କଳୁ ପତି ଡ. ଶ୍ରୀକା; ମହାପାତ୍ର, ନିମ୍ହାନ୍ସ, ବେ ଙ୍ଗ ।ଲୁରୁର କୁଳ ସଚିବ ସେକର
କେ. ଏବଂ ଭିମ୍ସାରର ନିର୍ଦ୍ଦେଶକ ଡ. ଲଳିତ କୁମାର ମେହେର କରୋନାକାଳୀନ ପରିସ୍ଥିତିରେ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ଆଲୋଚନା କରିଥିଲେ ।






