Friday, June 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଡାକ୍ତରଖାନାରେ କୋକୁଆ ଭୟ, ବିଭିନ୍ନ ୱାର୍ଡ଼ ସିଲ୍

by Anil Panda
June 9, 2020
in Breaking
ନୟାଗଡ଼ ଡାକ୍ତରଖାନାରେ କୋକୁଆ ଭୟ, ବିଭିନ୍ନ ୱାର୍ଡ଼ ସିଲ୍
18
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତକାଲି ରାତିରେ ଜଣେ ସର୍ଜରୀ ଡାକ୍ତର ଓ ଷ୍ଟାଫ ନର୍ସ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଡାକ୍ତରଖାନାରେ କୋକୁଆ ଭୟ ସୃଷ୍ଟି ହୋଇଛି । ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା କୋଭିଡ୍ କଣ୍ଟ୍ରୋଲ ରୁମ୍‌, ସର୍ଜରୀ ୱାର୍ଡ଼, ମାତୃ ଶିଶୁ କେଠାର ଗୋଟିଏ ୱାର୍ଡ଼କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆ ହୋଇଛି । ଏହି ଘଟଣାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଆଜି ଡାକ୍ତରଖାନା ଖାଁ ଖାଁ ହୋଇପଡ଼ିଛି । ଅନ୍ୟଦିନ ମାନଙ୍କ ରୋଗୀ ଏବଂ ରୋଗୀ ସଂମ୍ପର୍କୀୟ ମାନଙ୍କର ଯେଉଁ ଗହଳି ରହୁଥିଲା ତାହା ଆଜି ଦେଖିବାକୁ ମିିଳି ନାହିଁ । ଡାକ୍ତରଖାନା ପରିସରରେ ଥିବା ଚା ଦୋକାନରେ ମଧ୍ୟ ଆଜି ଗହଳୀ ଶୂନ୍ୟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସାଧାରଣ ଲୋକଙ୍କ ବ୍ୟତିତ ସ୍ୱାସ୍ଥ୍ୟ କର୍ମଚାରୀମାନେ ମଧ୍ୟ ବହୁ କମ ପରିମାଣରେ ଡାକ୍ତରଖାନା ଆସିଥିବା ଜଣାଯାଇଛି । ମିଳିଥିବା ସୂଚନାନୁସାରେ, ଗତକାଲି ରାତି ୧୨ଟାରୁ ସକାଳ ୬ଟା ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୭ ଜଣ ରୋଗୀ ଆସିଥିବା ବେଳେ ଆଜି ସକାଳ ୬ଟାରୁ ସକାଳ ୮ଟା ୪୦ ମଧ୍ୟରେ ମାତ୍ର ୧୬୮ ଜଣ ରୋଗୀ ଆସିଥିବା ଜଣାଯାଇଛି । ଏହି ସଂଖ୍ୟା ଅନ୍ୟଦିନ ମାନଙ୍କରେ ବହୁ ଅଧିକ ରହୁଥିବା ବେଳେ କରୋନା ଏବେ ମୁଖ୍ୟ ଚିକିତ୍ସାଳୟର ସ୍ଥିତିକୁ ବଦଳେଇ ଦେଇଥିବା ଜଣାଯାଇଛି । ଅନ୍ୟପକ୍ଷେ, ସବୁ ସ୍ଥିତିରେ କାମ କରୁଥିବା ସଫେଇ କର୍ମଚାରୀମାନେ ଆଜି ମଧ୍ୟ ସେମାନଙ୍କର କାମ ସୂଚାରୁ ଋପେ କରି ଚାଲିଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!