Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାକିରି ନାଁରେ ଠକେଇ, ବନ୍ଧା ହେଲା ଠକ

by ସଞ୍ଜୟ ସ୍ୱାଇଁ
June 30, 2023
in Crime, State
ଚାକିରି ନାଁରେ ଠକେଇ, ବନ୍ଧା ହେଲା ଠକ
126
VIEWS
Share on FacebookShare on Twitter

ଉଦଳା, (ବାଘୁଆବାର୍ତ୍ତା): ନିଜେ କରିଥିଲେ ଡାକ୍ତରଖାନାରେ ଚାକିରି । ଆଉ ସେହି ଡାକ୍ତରଖାନାରେ ଅନ୍ୟ ପଦବୀରେ ଚାକିରି ଦେବାକୁ କହି ଦୀର୍ଘ ୪ ବର୍ଷରୁ ଅଧିକ ହେବ ଲୋକଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଠକି ଆସୁଥିଲେ । ହେଲେ ଚାକିରି ଦେବା ଦୂରର କଥା ଫେରାର ହୋଇଯାଇଥିଲେ ୪୨୦ ଯୁବକ । ଆଉ ଶେଷରେ ଗୁରୁବାର ନିଜ ଘରକୁ ଆସିଥିବା ବେଳେ ଧରା ପଡିଲେ ଲୋକଙ୍କ ହାବୁଡ଼ରେ । ଉଦଳା ଥାନା ଏନଏସି ୪ ନମ୍ବର ୱାର୍ଡର ଯୁବକ ରଜତ କୁମାର ପାତ୍ର ପୂର୍ବରୁ ଉଦଳା ଡାକ୍ତରଖାନାରେ ସୁପରଭାଇଜର ଭାବେ କାର‌୍ୟ୍ୟ କରୁଥିଲେ । ଆଜକୁ ୩ ବର୍ଷ ହେବ ସେ ଚାକିରିରୁ ବିଦା ହୋଇ ସାରିଲେଣି । ହେଲେ ଚାକିରିରେ ଥିବା ସମୟରୁ ଆଜି ପର‌୍ୟ୍ୟନ୍ତ ଦୀର୍ଘ ୫ ବର୍ଷ ହେବ ଅନେକ ଲୋକଙ୍କୁ ଉଦଳା ଡାକ୍ତରଖାନାରେ ଚାକିରି କରାଇ ଦେବେ କହି ତାଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି । ସୁଇପର, ଆଟେଣ୍ଡାଣ୍ଟ ଭଳି ବିଭିନ୍ନ ପଦବୀରେ ଚାକିରି କରାଇଦେବେ କହି ଟଙ୍କା ନେଇ ଆସୁଥିଲେ । ଚାକିରି ନ ଦେବାରୁ ଟଙ୍କା ଦେଇଥିବା ଲୋକେ ରଜତ ପାତ୍ରଙ୍କୁ ପଚାରିବା ଏବଂ ଥାନାରେ ଏତଲା ଦେବାରୁ ସେ ଅନେକଙ୍କୁ ଟଙ୍କା ଦେବା ପାଇଁ ମିଛ ଚେକ ମଧ୍ୟ ଦେଇଛନ୍ତି । ପ୍ରାୟ ୩୦ରୁ ଅଧିକ ଲୋକଙ୍କ ନିକଟରୁ ଚାଳିଶ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ ରଜତ ପାତ୍ର । ଟଙ୍କା ଦେଇ ଚାକିରି ପାଇ ନଥିବା ଲୋକେ ଅନେକ ଦିନ ଖୋଜାଖୋଜି କରୁଥିଲେ ସୁଦ୍ଧା ତାଙ୍କର ପତ୍ତା ପାଉ ନଥିଲେ । ହେଲେ ଗୁରୁବାର ୪୨୦ ରଜତ ପାତ୍ର ନିଜ ଘରକୁ ଆସିଥିବା ବେଳେ ଲୋକେ ଜାଣିପାରି ତାଙ୍କ ଘରେ ପହଞ୍ଚି ତାଙ୍କୁ ଅଟକାଇବା ସହିତ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଏହା ସହିତ ଠକାମୀର ଶିକାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଠକ ରଜତ ପାତ୍ର କେବଳ ଉଦଳା ନୁହେଁ କପ୍ତିପଦା ଡାକ୍ତରଖାନାରେ ନିଜ ସ୍ତ୍ରୀ ଚାକିରି କରିଥିବା ବେଳେ ଏହାର ଫାଇଦା ନେଇ ମଧ୍ୟ ସେ କପ୍ତିପଦାର ଅନେକ ଲୋକଙ୍କୁ ଠକିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!