Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଜିଲାନ୍ସ ପଞ୍ଝାରେ ଆକାଉଣ୍ଟସ୍ ଅଫିସର

by ସଞ୍ଜୟ ସ୍ୱାଇଁ
June 27, 2023
in Crime, State
ଭିଜିଲାନ୍ସ ପଞ୍ଝାରେ ଆକାଉଣ୍ଟସ୍ ଅଫିସର
139
VIEWS
Share on FacebookShare on Twitter

ଦେବଗଡ, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ୍ ଏକାଉଣ୍ଟସ୍ ଅଫିସର । ରିଆମାଳ ବ୍ଲକ୍ରେ କାର‌୍ୟ୍ୟରତ ଏକାଉଣ୍ଟସ୍ ଅଫିସର ରାଜେନ୍ଦ୍ର ଦାଶ । ଏକ ଅଙ୍ଗନଓ୍ବାଡୀ ଘର ନିର୍ମାଣର ଆଂଶିକ ବିଲ୍ ଦୁଇ ଲକ୍ଷ ଟଙ୍କା ପେମେଣ୍ଟ ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲେ ଭିଜିଲାନ୍ସ ବିଭାଗ । ରିଆମାଳ ବ୍ଲକ୍ ଅନ୍ତର୍ଗତ ଟୀଙ୍କବିର ଗ୍ରାମର ବିଜୟ କୁମାର ନାୟକ ଏନେଇ ଦେବଗଡ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ ଡିଏସପି ଯୋଗେନ୍ଦ୍ର ପ୍ରସାଦ ପଟେଲ ଓ ଝାରସୁଗୁଡ଼ା ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ଵରେ ସ୍ବତନ୍ତ୍ର ଟିମ୍ ଘଟଣା ଉପରେ ନଜର ରଖିଥିଲେ । ଅଭିଯୋଗକାରୀ ରାସାୟନିକ ପଦାର୍ଥ ବୋଳାଯାଇଥିବା ୬ ହଜାର ଟଙ୍କା ଅଫିସରେ ନେଇ ତାଙ୍କୁ ଦେଇଥିବା ବେଳେ ସେ ଟଙ୍କାକୁ ଟେବୁଲ ଡ୍ରୟର ମଧ୍ୟରେ ରଖିଥିଲେ । ପରେ ଭିଜିଲାନ୍ସ ଟିମ୍ ସେଠାରେ ପହଞ୍ଚି ଟେବୁଲ ଡ୍ରୟର ମଧ୍ୟରୁ ଲାଞ୍ଚ ଟଙ୍କା ଉଦ୍ଧାର କରିଥିଲେ । ଏହି ଘଟଣା ପରେ ତାଙ୍କ ରିଆମାଳ ବାସଭବନରେ ଖାନତଲାସୀ କରାଯାଇଥିଲା । ସେହିପରି ସୁନ୍ଦରଗଡ ଭିଜିଲାନ୍ସ ବିଭାଗର ଏକ ଟିମ ତାଙ୍କ ପୈତୃକ ବାସଭବନ ସମ୍ବଲପୁର ଜିଲ୍ଲା ଠେଲକୁଲି ଥାନା ଅନ୍ତର୍ଗତ ଲପଙ୍ଗା ଗ୍ରାମରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ଏକାଉଣ୍ଟସ୍ ଅଫିସର ରାଜେନ୍ଦ୍ର ଦାଶଙ୍କୁ ଦେବଗଡ ଭିଜିଲାନ୍ସ କାର‌୍ୟ୍ୟାଳୟରେ ଅଟକ ରଖାଯାଇ ଅଧିକ ପଚରାଉଚୁରା କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!