ଗଞ୍ଜାମ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ସୋରଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ଲଗାତାର ଘଟୁଥିବା ଡକାୟତ ଘଟଣାର ପର୍ଦାଫାସ କରିଛି ସୋରଡ଼ା ଥାନା ପୋଲିସ । ଗତ ୧୧ ତାରିଖ ଦିନ ସୋରଡ଼ା ବଡଦାଣ୍ଡ ସାହିରେ ଘଟିଥିବା ବଡ଼ ଡକାୟତ ଘଟଣାରେ ୪ ଲକ୍ଷ ୫୦ ହଜାର ଟଙ୍କା ସହ ୨୫୦ ଗ୍ରାମ ସୁନା ବନ୍ଧୁକ ମୁନରେ ଲୁଟି ନେଇଥିଲେ ଡକାୟତ ଗ୍ୟାଙ୍ଗ । ଗଞ୍ଜାମ ଏସ.ପି ଙ୍କ ନିର୍ଦେଶ ପ୍ରକାରେ ଆସିକା ଏସଡିପିଓ ଙ୍କ ତତ୍ୱାବଧାନରେ ସୋରଡ଼ା ପୋଲିସ ଦୀର୍ଘ ୪ ଦିନ ଧରି ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଅଭିଯୁକ୍ତ କୁ ଗିରଫ କରିଥିଲେ କ୍ଷ ଅଭିଯୁକ୍ତଙ୍କ ଠାରୁ ନଗତ ୬୨ ହଜାର ଟଙ୍କା, ୨୦ ଭରିରେ ଅଧିକ ସୁନା ଅଳଙ୍କାର, ଦୁଇଟି ଖେଳନା ବନ୍ଧୁକ, ଗୋଟିଏ କାର, ବାଇକ, ଛୁରୀ ଜବତ ହୋଇଛି ।
ବଳକା ୨ ଲକ୍ଷ ୨୭ହଜାର ଟଙ୍କା ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟ୍କୁ ପୋଲିସ ଫ୍ରିଜ୍ କରିଛି । ଏକମାସ ପୂର୍ବରୁ ସୋରଡ଼ା ଥାନା ଦାରିଙ୍ଗବାଡି ଘାଟି ଓ ବିଭୁତିଆ ଜଙ୍ଗଲ ଅଂଚଳରେ ବାଇକ ଆରୋହୀଙ୍କ ଠାରୁ ଲୁଟିଥିଲେ ସୁନା ଅଳଙ୍କାର ଓ ମୋବାଇଲ । ସେହି ସୁନାକୁ ମଧ୍ୟ ପୋଲିସ ଜବତ କରିଥିବା ନେଇ ପ୍ରେସମିଟ ଜରିଆରେ ଆସିକା ଏସଡିପିଓ ସୂଚନା ଦେଇଛନ୍ତି । ଜବତ ସୁନା ଅଳଙ୍କାର ଓ ନଗତ ଟଙ୍କା ପୋଲିସ ଜବତ କରିଥିବା ଜାଣିବା ପରେ ଥାନା ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଅଭିଯୋଗ କାରି ମାନେ ।





