Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଦରଥାନା ପୁଲିସର ଜୁଆ ଆଡ୍ଡାରେ ଚଢ଼ାଉ, ୬ ଗିରଫ

by ସଞ୍ଜୟ ସ୍ୱାଇଁ
May 14, 2023
in Crime, Nayagarh, State
ସଦରଥାନା ପୁଲିସର ଜୁଆ ଆଡ୍ଡାରେ ଚଢ଼ାଉ, ୬ ଗିରଫ
808
VIEWS
Share on FacebookShare on Twitter

୮ ମୋବାଇଲ, ୮ ବାଇକ, ତାସ ଓ ଟଙ୍କା ଜବତ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଜୁଆଆଡ୍ଡା ଚାଲିଛି । ସଦରଥାନା ଅଧିନରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟି ଥାନା ନାଟୁଗାଁର ଯୁଗଳ ବିଶ୍ୱାଳ, ଶରଣକୁଳ ଥାନା ପଞ୍ଚରିଡ଼ା ମାନପୁର ଗ୍ରାମର ନବ ପ୍ରଧାନ, ଭବାନୀ ଶଙ୍କର ବାଘ, ଜୁଗଳ ନାୟକ, ସଦରଥାନା ଅନ୍ତର୍ଗତ ହିଞ୍ଜଳଗାଡ଼ିଆ ଗ୍ରାମର ଧୃବ ବରାଡ଼, ବଢ଼ିଆସାହି ଗ୍ରାମର ସୁରେନ୍ଦ୍ର ପ୍ରଧାନ । ସଦରଥାନା ଅନ୍ତର୍ଗତ ବଢ଼ିସାହି ରାସ୍ତାରେ ଥିବା ମେଲାମୁଣ୍ଡିଆଠାରେ ଦୀର୍ଘଦିନ ଧରି ଜୁଆଆଡ୍ଡା ଚାଲିଥିଲା ।

କୈାଣସି ସୁତ୍ରରୁ ଖବରପାଇ ସଦରଥାନା ପୁଲିସ ଆଜି ଚଢ଼ାଉ କରିଥିଲା । ଥାନା ଅଧିକାରୀ ପୂରା ଟିମ ସହ ଉକ୍ତ ମୁଣ୍ଡିଆକୁ ଘେରାଉ କରି ନେଇଥିଲେ । ଫଳରେ ସେଠାରେ ଥିବା ଜୁଆଡ଼ିମାନେ ଖସିବାର ସୁଯୋଗ ପାଇନଥିଲେ । ସେମାନଙ୍କଠାରୁ ୮ଟି ବାଇକ, ୮ଟି ମୋବାଇଲ ଫୋନ୍‌, ୨ ମୁଠା ତାସ ଓ ୧୧ ହଜାର ୩୦ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଦିପକ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ସଦରଥାନା ଏସଆଇ ସ୍ମୃତି ରଞ୍ଜନ ମହାନ୍ତି, ଏଏସଆଇ ଅଶୋକ ମହାନ୍ତି, ରାଜେଶ୍ୱରୀ ନାୟକ, ରାଜେନ୍ଦ୍ର କହଁରଙ୍କ ସମେତ ଥାନା କର୍ମଚାରୀ ସାମିଲ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!