Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନକଲି ଭିଜିଲାନ୍ସ ଏସପିଙ୍କ ୩ଟି ଆକାଉଣ୍ଟରୁ ବାହାରିଲା ୬୫ ଟଙ୍କା

by ସଞ୍ଜୟ ସ୍ୱାଇଁ
May 10, 2023
in Crime, State
ଏସଟିଏଫ କବଜାରେ ନକଲି ଭିଜିଲାନ୍ସ ଏସପି, ଲକ୍ଷାଧିକ ଠକେଇ
171
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଏସ୍‌ପି ସାଜି ସରକାରୀ ଅଧିକାରୀଙ୍କୁ ବଟି ମାଗିବା ଘଟଣାରେ ଏସଟିଏଫର ତଦନ୍ତ ବ୍ୟାପକ କରିଛି । ଠକ ମନୋଜ ମାଝିର ୩ଟି ଆକାଉଣ୍ଟରୁ ବାହାରିଲା ୬୫ଟଙ୍କା । ଏହା ଦେଖି ଏସ୍‌ଟିଏଫ ଅଧିକାରୀ ଆଶ୍ଚର‌୍ୟ୍ୟ ହୋଇଛନ୍ତି । ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଠକ ଆକାଉଣ୍ଟରୁ ଟଙ୍କା ଗଲା କୁଆଡେ ତାକୁ ନେଇ ଦ୍ଵନ୍ଦରେ ଏସଟିଏଫ୍ । ଠକ ମନୋଜ ନାଁରେ ଆଉ କେତୋଟି ଆକାଉଣ୍ଟ ଅଛି ତାହା ଜାଣିବା ପାଇଁ ଆରବିଆଇକୁ ଏସଟିଏଫ୍ ଚିଠି ଲେଖିଛି । ମନୋଜର ବ୍ୟାଙ୍କ ଲକରକୁ ମଧ୍ୟ ଯାଞ୍ଚ କରିବ ଏସଟିଏଫ୍ ଟିମ୍ । ସେପଟେ ଗିରଫ ବେଳେ ଏସଟିଏଫ୍ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲା ଠକ । ତା ଆକାଉଣ୍ଟରୁ ଠକେଇ ଟଙ୍କା ଠାବ ହେଲେ ସେ ଆଉ ଲୋକଙ୍କୁ ଠକେଇ କରିବ ନାହିଁ ବୋଲି କହିଥିଲା । ଠକ ମନୋଜ ଠକେଇ ଟଙ୍କାକୁ ସେୟାର ମାର୍କେଟରେ ଲଗାଇଥିବା ଏସଟିଏଫ୍ ଅନୁମାନ କରୁଛି । ସେ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଚାକିରୀ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଘଟଣାରେ ଠକ ମନୋଜ ମାଝି ଗିରଫ ହୋଇଥିଲା । ମନୋଜ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଛି । ହେଲେ ଭଙ୍ଗା ଆଜବେଷ୍ଟସ ଘରେ ରହୁଥିଲା । ଠକ ମନୋଜ ଗତ ମାସେ ମଧ୍ୟରେ ତିନି ତିନି ଥର ଦୁର୍ଘଟଣାର ଶିକାର ହୋଇଛି । ତା ହାତ ଗୋଡ଼ ଭାଙ୍ଗି ଯାଇଛି । ଜେଲ୍ ଯିବା ପରେ ଝାରପଡା ଜେଲ୍‌ରେ ମନୋଜ ଚିକିତ୍ସିତ ହେଉଛି । ଠକ ମନୋଜକୁ ରିମାଣ୍ଡରେ ଆଣିବା ପାଇଁ ଖୁବଶୀଘ୍ର ଏସଟିଏଫ୍ କୋର୍ଟରେ ଆବେଦନ କରିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!