ରାଉରକେଲା, (ବାଘୁଆବାର୍ତ୍ତା): ସାଇବର ଠକେଇ ଅଭିଯୋଗରେ ୪ ଜଣ ଗିରଫ । ଉତ୍ତରପ୍ରଦେଶ ଗାଜିଆବାଦରୁ ଗିରଫ କରିଛି ରାଉରକେଲା ରଘୁନାଥପାଲ୍ଲୀ ପୋଲିସ । ସେମାନଙ୍କଠାରୁ ଗୋଟିଏ ଟାଟା ସଫାରୀ କାର୍, ୧୨ଟି ମୋବାଇଲ, ଗୋଟିଏ ଲାପଟପ, ୨୧ଟି ଏଟିଏମ୍ ସହ କିଛି ନଗଦ ଟଙ୍କା ଜବତ ହୋଇଛି । ରାଉରକେଲା ସିଭିଲ ଟାଉନସିପିର ସ୍ଵେତ ଚନ୍ଦନ ନାମକ ଯୁବକ ଏଚଡ଼ିଏଫସି ବ୍ୟାଙ୍କରେ ଇନ୍ସ୍ୟୁରାନ୍ସ କରିଥିଲେ । ଗୋଟିଏ କିସ୍ତି ଦେବା ପରେ ଇନ୍ସ୍ୟୁରାନ୍ସ ଲାପ୍ସ ହୋଇଯାଇଥିଲା । ଗୁଗୁଲକୁ ଯାଇ କଷ୍ଟମର କେୟାର ନମ୍ବରରେ ଯୋଗାଯୋଗ କରିବା ପରେ ସାଇବର ଠକ ହ୍ୟାକ୍ କରି ସ୍ଵେତଙ୍କ ଠାରୁ ଲକ୍ଷେ ୭୭ ହଜାର ଟଙ୍କା ନେଇଯାଇଥିଲେ । ପରେ ସ୍ଵେତ ଚନ୍ଦନ ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ପରେ ଫୋନ୍ ନମ୍ବର ଟ୍ରାକ୍ କରି ଉତ୍ତରପ୍ରଦେଶ ଗାଜିଆବାଦରୁ ୪ ସାଇବର ଠକଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି ।





