Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧାହେଲେ ଭୂତ ସଭାପତି

by ସଞ୍ଜୟ ସ୍ୱାଇଁ
April 27, 2023
in Crime, State
ବନ୍ଧାହେଲେ ଭୂତ ସଭାପତି
347
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ନିଜକୁ ଭୂତ ମାନଙ୍କ ପ୍ରେସିଡେଣ୍ଟ ବୋଲି କହି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଥିଲେ । ୪୦ ଲକ୍ଷ ଭୂତ ତାଙ୍କ କଥାରେ ଉଠ୍‌ବସ୍ ହେଉଥିବା ବାହାସ୍ଫୋଟ ମାରୁଥିଲେ । ମଶାଣୀରେ ତନ୍ତ୍ରପାଠ କରି ରାଜଧାନୀକୁ ୪୫ ମିନିଟ୍ ଅନ୍ଧାର କରିଦେଇଥିବା ଦାବି କରୁଥିଲେ । ଏଥିସହିତ ଜଣେ ପ୍ରତିଷ୍ଠିତ ରାଜନେତାଙ୍କ ଭୂତ ସହ ସେ ବାର୍ତ୍ତାଳାପ କରିଥିବା କଥା ବି ଦାମ୍ଭିକତାର ସହ କହୁଥିଲେ । ଭୂତମାନଙ୍କ ବୈଠକ ମଶାଣୀରେ ବସିବା ବେଳେ ତାଙ୍କୁ ଖୋଜା ପଡ଼ୁଥିଲା ଓ ସେ ଉକ୍ତ ବୈଠକରେ ଯୋଗଦେଇ ଭୂତମାନଙ୍କ ସମସ୍ୟା ସମାଧାନ କରୁଥିଲେ ବୋଲି ନିର୍ଭୀକତାର ସହ କହିବୁଲୁଥିଲେ । ହେଲେ ଏସବୁ ମନଗଢ଼ା ଗଳ୍ପର କିଛି ମୂଲ୍ୟ ରହିଲା ନାହିଁ । ଏମିତି ଜଣେ ଆତ୍ମଘୋଷିତ ଭୂତ ପ୍ରେସିଡେଣ୍ଟ ବିପିନ୍ ରାଉତ୍‌ରାୟଙ୍କୁ ପୁଲିସ ତାଙ୍କ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନନ୍ଦପୁରସ୍ଥିତ ବାସଭବନରୁ ଗିରଫ କରିଛି । ବିପିନ୍ ନିଜ ବାସଭବନରେ ଥିବା ଖବର ପାଇ ଅପରାହ୍ନ ୩ଟାରେ ପୁଲିସ ତାଙ୍କ ଘରେ ଚଢ଼ାଉ କରିଥିଲା । ପୁଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଟିମ୍ ବିପିନ୍‌ଙ୍କୁ କାବୁ କରିଛି । ପୁଲିସ କହିଛି ଯେ, ବିପିନଙ୍କ ନାମରେ ୨୦୧୩ ଓ ୨୦୧୬ ମସିହାରୁ ୩ଟି ମାମଲାର ୱାରେଣ୍ଟ ରହିଥିଲା । ଗିରଫ ପରେ ଅଭିଯୁକ୍ତଙ୍କ ନାମରେ ବିଆର ୫୧/୨୦୧୩ ଓ ବିଆର ୬୦୯/୨୦୧୬ ରେ ମାମଲା ରୁଜୁ କରିଛି ପୁଲିସ । ଏଥିସହିତ ଆଇପିସି ୩୦୭, ୩୪, ୪୫ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି । ପାଖରେ ବେଆଇନ୍ ମାରଣାସ୍ତ୍ର ରଖିବା ଓ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଆଦି ମାମଲା ତାଙ୍କ ନାମରେ ରହିଥିଲା । ସେବେଠାରୁ ସେ ପୁଲିସ ଆଖିରେ ଧୂଳିଦେଇ ଲୁଚି ବୁଲୁଥିଲେ । ଖୋର୍ଦ୍ଧା ସଦର ଥାନା ଆଇଆଇସି ଓ ଖୋର୍ଦ୍ଧା ଏସ୍‌ଡିପିଓଙ୍କ କହିବା ମୁତାବକ ବିପିନ୍ ଅନେକ ଲୋକଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ସହ ବିଭିନ୍ନ ଗଣ୍ଡଗୋଳ ମାମଲାରେ ବ୍ଲାଙ୍କ୍ ଫାୟାରିଂ କରିଥିଲେ । ଏସବୁ ମାମଲାର ତଦନ୍ତ ଚାଲିଥିବା ବେଳେ ସେ ଫେରାର ଥିବା ସତ୍ତ୍ୱେ ଏହି କିଛିଦିନ ହେବ ସୋସିଆଲ ମିଡିଆରେ ଭୂତମାନଙ୍କ ପ୍ରେସିଡେଣ୍ଟ ବୋଲି ନିଜକୁ କହି ବେଶ୍ ଚର୍ଚ୍ଚାରେ ଥିଲେ । ଜଣେ ଜ୍ୟୋତିଷ ଭାବେ ସେ ପରିଚୟ ଦେଇ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଠକିବା ଓ ବିଭିନ୍ନ କପୋଳକଳ୍ପିତ ପ୍ରବଚନ ଶୁଣାଇ ଲୋକଙ୍କୁ ଭ୍ରମିତ କରୁଥିବା ମଧ୍ୟ ଅଭିଯୋଗ ରହିଛି । ଅଭିଯୁକ୍ତ ବିପିନ୍ ମା’ବଗଳାମୁଖୀଙ୍କ ସାଧନା କରିବା ସହ ମନ୍ତ୍ରପାଠ କରି ବିଭିନ୍ନ ଲୋକଙ୍କୁ ତାଙ୍କ ସମସ୍ୟା ସମାଧାନ କରିବା ବାହାନାରେ ଠକୁଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!