ଭୁବନେଶ୍ୱର, (ବାଘୁଆବାର୍ତ୍ତା): କୋଭିଡ୍ ପ୍ରଭାବରୁ ଚଳିତ ବର୍ଷ ବି ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍। ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ୍ ହ୍ରାସ କରାଯିବ। ସିଲାବସ୍ ହ୍ରାସ ହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସ୍କୁଲ ଖୋଲିବା ନିଷ୍ପତ୍ତି ଏ ଯାଏଁ ହୋଇନି। ଅନଲାଇନରେ ସ୍କୁଲ ପିଲାଙ୍କୁ ପାଠ ପଢ଼ାଯାଉଛି। ଅନଲାଇନ୍ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ। ତେଣୁ ଚଳିତ ବର୍ଷ ବି ସିଲାବସ୍ କମେଇବା ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି। କରୋନା ଭୟାବହତା ଯୋଗୁ ଦୀର୍ଘ ଦିନ ହେଲା ସ୍କୁଲ, କଲେଜ ବନ୍ଦ ରହିଛି। ଏହା କେବେ ଖୋଲିବ ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ଏପରି ସ୍ଥିତିରେ ପିଲାଙ୍କ ପାଠପଢ଼ା ଠିକ୍ ଭାବେ ହୋଇପାରୁ ନ ଥିବା ବେଳେ ସିଲାବସ୍ ହ୍ରାସ କରାଯାଇଛି । ପିଲାମାନଙ୍କ ସ୍ୱାସ୍ଥ୍ୟକୁ ସରକାର ଅଧୀକ ଗୁରୁତ୍ୱ ଦେଉଛନ୍ତି ।






