Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବମ ଓ ଦଶମ ଶ୍ରେଣୀ ପୋଷାକ ରଙ୍ଗ ବଦଳିଲା

by ସଞ୍ଜୟ ସ୍ୱାଇଁ
October 2, 2024
in State
ନବମ ଓ ଦଶମ ଶ୍ରେଣୀ ପୋଷାକ ରଙ୍ଗ ବଦଳିଲା
257
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ପୋଷାକ ରଙ୍ଗ ବଦଳାଇଛନ୍ତି ସରକାର। ଉଭୟ ଛାତ୍ର ଓ ଛାତ୍ରୀଙ୍କ ପ୍ୟାଣ୍ଟ ରଙ୍ଗ ଇଷତ୍‌ ଖଇରିଆ ରଙ୍ଗ କରାଯାଇଥିବାବେଳେ ଚନ୍ଦନ ରଙ୍ଗର ଚେକ୍‌ ସାର୍ଟ କରାଯାଇଛି। ସେହିପରି ଛାତ୍ରୀମାନଙ୍କ ପାଇଁ ଇଷତ୍‌ ଖଇରିଆ ରଙ୍ଗର ଜ୍ୟାକେଟ୍‌ ମଧ୍ୟ ରହିଛି। ଯେଉଁ ବିଦ୍ୟାଳୟରେ ପୁରୁଣା ଡିଜାଇନ୍‌ରେ ପୋଷାକ ବିତରଣ ସରି ନ ଥିବ କିମ୍ବା ସିଲାଇ କରିବାକୁ ଦିଆଯାଇ ନ ଥିବ ସେହି ବିଦ୍ୟାଳୟରେ ଏହି ନୂଆ ଡିଜାଇନ୍‌ ପୋଷାକ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ଏହା ବଣ୍ଟନ କରାଯିବ। ମଙ୍ଗଳବାର ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏହି ବିଜ୍ଞପ୍ତିକୁ ନେଇ ଏବେ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆସନ୍ତା ଶିକ୍ଷା ବର୍ଷରୁ ପୋଷାକର ରଙ୍ଗ ପରିବର୍ତ୍ତନ କରିବାକୁ ଘୋଷଣା କରିଥିଲେ। ହେଲେ ଅଚାନକ ପରିବର୍ତ୍ତନ କରିଥିବାରୁ ବହୁ ଛାତ୍ରଛାତ୍ରୀ ଓ ବ୍ୟବସାୟୀ ଏନେଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସେହିପରି ପୁରୁଣା ପୋଷାକକୁ ବ୍ୟବସାୟୀମାନେ ବିତରଣ କରିବାକୁ ପ୍ରସ୍ତୁତ କରି ସାରିଥିଲେ। ଏବେ ନୂଆ ପୋଷାକ ପ୍ରବର୍ତ୍ତନ ଦ୍ୱାରା ସେମାନେ ବିପୁଳ କ୍ଷତି ସହିବାର ଆଶଙ୍କା ସୃଷ୍ଟି ହୋଇଛି। ଏକପକ୍ଷରେ ଶିକ୍ଷା ବର୍ଷ ଅଧା ବିତିଯାଇଥିଲେ ମଧ୍ୟ ପୋଷାକ ବିତରଣ କାର୍ଯ୍ୟ ଶେଷ ହୋଇନାହିଁ। ନୂଆ ପୋଷାକ ରଙ୍ଗର କପଡ଼ା ଆଣି ତାକୁ ତିଆରି କରିବାରେ ବହୁ ସମୟ ଲାଗିଯିବ। ପୁଣି କପଡ଼ାର ମାନ ଚୟନ ଓ ସମସ୍ତ ପ୍ରକ୍ରିୟା ଦେଇ ପୋଷାକ ବିତରଣ କରିବାକୁ ଥିବାରୁ କେବେ ପୋଷାକ ବଣ୍ଟନ କରାଯିବ ସେନଇ ପ୍ରଶ୍ନ ଉଠିଛି। ପୁନଶ୍ଚ ଅଧା ପୁରୁଣା ଓ ଅଧା ନୂଆ ପୋଷାକ ହେଉଥିବାରୁ ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀରେ ୟୁନିଫର୍ମ ମଧ୍ୟ ଠିକ୍‌ ରହିବ ନାହିଁ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!