ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ) : ନୟାଗଡ଼ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ପ୍ରଦ୍ୟୁମ୍ନବଳଙ୍କ ୮୭ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ନୟାଗଡ଼ ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ଜେନା ଯୋଗଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଜୀବନବ୍ୟାପୀ ଆଦର୍ଶ ଓ ସାଲିସ୍ ବିହୀନ ମୂଲ୍ୟବୋଧରେ ବିଶ୍ୱାସ କରୁଥିବା ପ୍ରଦ୍ୟୁମ୍ନ କିଶୋର ବଳଙ୍କ ଜୟନ୍ତୀ ଅବସରରେ ଅତିଥିମାନେ ବିଭିନ୍ନ ଟିପ୍ପଣୀ ପ୍ରଦାନ କରିଥିଲେ । ସାପ୍ତାହିକ ଖବରକାଗଜରୁ ଦୈନିକ ଖବରକାଗଜ ପ୍ରତିଷ୍ଠା କରିବା, ଶୋଷଣମୁକ୍ତ ଗଣତନ୍ତ୍ରପାଇଁ ଆହ୍ୱାନ ଦେବା ଏବଂ ସମାଜସେବାରେ ପ୍ରତିଷ୍ଠା ଅର୍ଜନ କରିଥିବା ଏହି ବରିଷ୍ଠ ସାମ୍ବାଦିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରବଳ କର୍ମ ପ୍ରେରଣାର ଅଧିକାରୀ ଥିଲେପ୍ରଦ୍ୟୁମ୍ନ ବଳ । ଅତି ମେଳାପି, ବନ୍ଧୁବତ୍ସଳ, ହୃଦୟକୁ ଚିହ୍ନିଥିବା ପ୍ରତିଟି ମନକୁ ଭଲ ପାଉଥିବା ମଣିଷଟିଏ । ଯାହାକି ଆଜିର ସମାଜ ପାଇଁ ସମସ୍ତଙ୍କର ଅନୁକରଣୀୟ ଓ ଅନୁଚିନ୍ତନୀୟ । ପଥଭୁଲା ମଣିଷଟିଏ ପାଇଁ ସେ ଥିଲେ ଦିଗବାରେଣି ଖୁ ି । ଜଣେ ସ୍ୱାଧୀନ ଚିନ୍ତକ, ମୁକ୍ତ ଜୀବନବୋଧର ମଣିଷ । ନିଜର ବ୍ୟକ୍ତିତ୍ୱର ବିଚାର କଷଟିରେ ପ୍ରତ୍ୟେକ କଥାକୁ ପରିକ୍ଷା କରୁଥିଲେ । ପ୍ରବଳ କର୍ମ ପ୍ରେରଣାର ଅଧିକାରୀ ଥିଲେ ପ୍ରଦ୍ୟୁମ୍ନ ବଳ । ସମସ୍ତ ଅତିଥିମାନେ ଏହିପରି ମନ୍ତବ୍ୟ ରଖିଥିଲେ ଉକ୍ତ ଜନ୍ମଜୟନ୍ତୀ ତିଥିରେ । ଜିଲ୍ଲା ସଂଯୋଜକ ସୁବାଷ ମହାପାତ୍ର ଯୋଗ ଦେଇଥିବା ବେଳେ ସଂଯୋଜନା କରିଥିଲେ କବି ଚନ୍ଦ୍ରବିଜୟୀ ମିଶ୍ର ।





