ସୂର, ଲୟ, ତାଳରେ ଝୁମିବେ ଦର୍ଶକ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ କ୍ଲବ ଦ୍ୱାରା ଭଏସ୍ ଅଫ ନୟାଗଡ଼ ସିଜିନ-୨ ଫାଇନାଲ୍ ରାଉଣ୍ଡ ଆସନ୍ତା ସାତ ତାରିଖରେ ଅନୁଷ୍ଠିତ ହେବ । ସଂନ୍ଧ୍ୟା ୬ ଘଟିକା ସମୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଫାଇନାଲ ପ୍ରତିଯୋଗୀତାରେ ଚଳିତ ବର୍ଷର ବିଜେତା ଘୋଷିତ ହେବେ । ଏଥିପାଇଁ ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ହେବ ସଂଘର୍ଷ ପୂର୍ଣ୍ଣ ପ୍ରତିଯୋଗୀତା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଖ୍ୟାତ ସଂଗୀତଜ୍ଞ ସୈାରଭ ନାୟକ, ବିଭୂତି ଗଡ଼ନାୟକ, କୃଷ୍ଣଚନ୍ଦ୍ର ସାବତ ବିଚାରପତି ଭାବେ ଯୋଗ ଦେବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ଅବସରରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିବାକୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେବେ । ଏହି ସଂନ୍ଧ୍ୟାକୁ ଆକର୍ଷଣୀୟ କରିବା ପାଇଁ ନୟାଗଡ଼ କ୍ଲବର ସଦସ୍ୟମାନେ ଲାଗି ପଡ଼ିଥିବା ସଂଯୋଜକ ଧିରେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି ।