ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସାମ୍ବାଦିକ ଭବନରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ନୟାଗଡ଼ ସାମ୍ବାଦିକ ଭବନର ସଭାପତି ବୈଦ୍ୟଭୁଷଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ପରୋଧ୍ୟକ୍ଷା ନିରୁପମା ଖଟେଇ ଯୋଗ ଦେଇଥିଲେ । ଅଧ୍ୟକ୍ଷା ପତାକା ଉତୋଳନ କରିବା ସହ ସାଧାରଣ ତନ୍ତ୍ର ଦିବସ ଅବସରରେ ଦେଶ ପ୍ରେମ ଜାଗ୍ରତ ରହିବା ପାଇଁ ଅଭିଭାଷଣ ରଖିଥିଲେ । ନୟାଗଡ଼ର ଉନ୍ନତି ପାଇଁ ସାମ୍ବାଦିକ ମାନଙ୍କର ଭୁମିକା ଅତି ଗୁରୁତ୍ୱପୁର୍ଣ୍ଣ ବୋଲି ପ୍ରକାଶ କରିଥିଲେ ।
ଆଗାମୀ ଦିନରେ ସାମ୍ବାଦିକ ମାନେ ନୟାଗଡ଼ର ପ୍ରଗତି ଓ ବିକାଶ ପାଇଁ ସହଯୋଗର ହାତ ବଢ଼ାଇବେ ବୋଲି ଆଶା ପ୍ରକଟ କରିଥିଲେ । ଏହି ଅବସରରେ ସାମ୍ବାଦିକ ଭବନର ସମସ୍ତ ସାମ୍ବାଦିକ ମାନେ ସହଯୋଗ କରିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ କୁମାର ଖଟେଇ, ନିର୍ମଳ ଚନ୍ଦ୍ର ସୁରଦେଓ, ରାମକୃଷ୍ଣ ରଥ, କ୍ଷୀରୋଦ ଚନ୍ଦ୍ର ପଟ୍ଟନାୟକ, ଅନୁୱାର ଅଲ୍ଲୀ, ନିହାର ରଞ୍ଜନ ପଟ୍ଟନାୟକ, ବିଭୁତି ଭୁଷଣ ମହାପାତ୍ର, ପ୍ରଭାତ ମହାପାତ୍ର, ବିଭୁତି ଭୁଷଣ ସ୍ୱାଇଁ, ଦୀନମଣି ମହାନ୍ତି, ଗଗନ ବିହାରୀ ମହାପାତ୍ର, ରସାନନ୍ଦ ସ୍ୱାଇଁ, ସଞ୍ଜୟ କୁମାର ସ୍ୱାଇଁ, ସ୍ୱରୁପ ପଟ୍ଟନାୟକ, ଜୟନ୍ତ ମିଶ୍ର, ବିଶ୍ୱଜିତ ନାୟକ, ସନ୍ତୋଷ ନାୟକ, ରବିନ୍ଦ୍ର ଦାସ, ଦେବବ୍ରତ ନାୟକ, ଡ. ବାସୁଦେବ ମହାନ୍ତି, ମାନସ କୁମାର ସାହୁ, ସୁମନ କୁମାର ସାହୁ, ଅଶୋକ ସାଥୁଆ ଓ ପ୍ରଦୀପ୍ତ କୁମାର ପାତ୍ରଙ୍କ ସମେତ ଅନେକ କାଉନସିଲର ଯୋଗ ଦେଇଥିଲେ ।