ନାବାଳିକା ଦୁଷ୍କର୍ମ ଘଟଣା
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଏକ ଗ୍ରାମରେ ୨୦୧୭ ମସିହା ଜୁଲାଇ ୧୩ ତାରିଖରେ ଜଣେ ନାବାଳିକାଙ୍କୁ ମଧ୍ୟାହ୍ନରେ ଶୈାଚ ପାଇଁ ଯିବାକୁ ଡ୍ରେସ ବଦଳୁଥିବା ବେଳେ ଉକ୍ତ ଗ୍ରାମର ୭୫ ବୃଦ୍ଧ ବ୍ୟକ୍ତି ଶ୍ୟାମ ସୁନ୍ଦର ସ୍ୱାଇଁ ତାଙ୍କ ଘରେ ପଶି ବଳପୂର୍ବକ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣଙ୍କ ପାଟି କରିବାରୁ ତାଙ୍କ ମାଆ ଆସି ଏହି ଘଟଣା ଦେଖିଥିଲେ । ଘଟଣାକୁ ନେଇ ଗ୍ରାମରେ ଏକ ସଭା ବସିବା ପରେ ସଂପୃକ୍ତ ବୃଦ୍ଧ ବ୍ୟକ୍ତି ସତ ମାନିଥିଲେ । ଗ୍ରାମବାସୀଙ୍କ ସହାୟତାରେ ନାବାଳିକାଙ୍କ ବାପା ନୟାଗଡ଼ ଟାଉନଥାନାରେ ଏନେଇ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାରେ ଶ୍ୟାମ ସୁନ୍ଦରଙ୍କୁ ଗିର କରିବା ସହ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ । ୧୫ ଜଣ ସାକ୍ଷୀଙ୍କ ବୟାନକୁ ଏବଂ ଡାକ୍ତର ମାଇନା ରିର୍ପୋଟକୁ ଭିତ୍ତି କରି ଆଜି ନୟାଗଡ଼ ପୋସ୍କୋ ସ୍ୱତନ୍ତ୍ର କୋର୍ଟ ଆସାମୀ ଶ୍ୟାମ ସୁନ୍ଦର ସ୍ୱାଇଁଙ୍କୁ ଆଜୀବନ କାରାଦଣ୍ଡା ଦେଶ ସହିତ ୧୦ ହଜା ଟଙ୍କା ଜୋରିମାନା ଶୁଣାଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ବଂଶୀଧର ରାଉତରାୟ ପରିଚାଳନା କରୁଥିଲେ ।





