ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ରାଜ୍ୟ ସରକାରଙ୍କ ୫ଟି ଯୋଜନାକୁ ନୀତି ଆୟୋଗ ପ୍ରଶଂସା କରିଛି । ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ପାଳିର ସରକାରରେ ୫ଟି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଦିବ ଉପରେ ସଫଳତା ହାସଲ କରିଛି । ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ ନାରା ଏବଂ ସ୍କୁଲରେ ଶୈକ୍ଷିକ ବାତାବରଣ ସୃଷ୍ଟି କରି କିଭଳି ସମସ୍ତଙ୍କୁ ଉଚିତ ଶିକ୍ଷା ଦିଆଯିବ ସେ ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଓ ଉନ୍ନତୀ ଆଣିବା କ୍ଷେତ୍ରରେ ଓଡ଼ିଶା ଅନେକ ଅଗ୍ରଗତି କରିଥିବା କହିଛନ୍ତି ନୀତି ଆୟୋଗ । ପ୍ରକାଶ ଥାଏ କି, ବ୍ଲକ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ କ୍ଷେତ୍ରରେ ଶିକ୍ଷା ବ୍ୟବସ୍ଥାର ଉନ୍ନତୀ ନେଇ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । ୫ଟି କାର୍ଯ୍ୟକ୍ରମ ଅନ୍ୟ ରାଜ୍ୟ ଗୁଡ଼ିକ ପାଇଁ ଉଦାହରଣ ପାଲଟିଛି ।





