ଭୁବନେଶ୍ୱର,(ବାଘୁଆବାର୍ତ୍ତା): ନୃସିଂହନାଥ ମନ୍ଦିର ପାଇବ ନୂତନ ରୂପରେଖ । ବ୍ଲୁପ୍ରିଟିଂ ପ୍ରସ୍ତୁକ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବନୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନୃସିଂହନାଥ ମନ୍ଦିରର ତଦାରଖ ଓ ସମୀକ୍ଷା ପାଇଁ ମନ୍ଦିର ପରିସରରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ । ସୂଚନାନୁସାରେ, ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଥିବା ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ବିକାଶର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହାର ତଦାରଖ ଓ ସମୀକ୍ଷା କରାଯାଇଛି । ନୃସିଂହନାଥ ମନ୍ଦିର ଉନ୍ନତିର ଅନୁଧ୍ୟାନ କରିବା ଆଜି ପୂର୍ବାହ୍ଣ ୧୦ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି. କାର୍ତ୍ତିକେୟାନ ପାଣ୍ଡିଆନ୍୍୍୍ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ହେଲିକାପ୍ଟର ଯୋଗେ ବାହାରି ସିଧା ଯାଇ ନୃସିଂହନାଥ ମନ୍ଦିର ନିକଟରେ ପହ ିଥିଲେ । ମନ୍ଦିରର ବିକାଶ ଅନୁଧ୍ୟାନ କରି ଖୁବ୍ଶୀଘ୍ର ରୋପୱେ ପାଇଁ ଚୁଡାନ୍ତ ନିଷ୍ପତ୍ତି ସହିତ ପାଇକମାଲ ନୃସିଂହନାଥ ମନ୍ଦିର ରାସ୍ତାର ପ୍ରଶସ୍ତି କରଣ, ବିରାଟ ପିକ୍ନିକ୍ ସ୍ପଟ୍, ସୁନ୍ଦର ଶିଶୁ ଉଦ୍ୟାନ, ଏବଂ ୧ ହଜାର ତୀର୍ଥଯାତ୍ରୀଙ୍କ ରହଣି ପାଇଁ ଧର୍ମଶାଳା ନିର୍ମାଣର ପଦକ୍ଷେପ ଗ୍ରହଣ କରାଯାଇଛି । ନୃସିଂହନାଥ ମନ୍ଦିରର ପରିଚାଳନା କମିଟି ଓ ମୁଖ୍ୟ ପୂଜକଙ୍କ ସହିତ ଭଉୟ ମୁଖ୍ୟ ଶାସନ ସଚିନ ଓ ୫-ଟି ସଚିବ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।





