ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରବ୍ଲକ ବିରୁଡ଼ା ପଞ୍ଚାୟତ ବିକାଶ ଶିଖିର ଛୁଇଁଛି । ଏହି ପଞ୍ଚାୟତରେ ସମସ୍ତ ନିର୍ବାଚିତ ପ୍ରତିନିଧି ମହିଳା । ସେମାନେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ଆଜି ୫ଟି ସଚିବ ସର୍କିଟ ହାଉସଠାରେ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ଭେଟିବା ସହ ତୁମେ ଭଲ କାମ କରିଛ । ଆହୁରି ଭଲ କାମ କର । ମୁଁ ପୁଣି ଥରେ ସ୍ୱତନ୍ତ୍ର ଭାବେ ବିରୁଡ଼ା ଆସିବି ବୋଲି କହିଛନ୍ତି । ଏହି ସାକ୍ଷାତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଏସପି ରାହୁଲ ଜୈନ, ବିଡିଓ ପଦ୍ମଚରଣ ସାହୁ, ବିରୁଡ଼ା ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁ, ସମିତିସଭ୍ୟା ଶୁଭଲକ୍ଷ୍ମୀ ସାହୁ ଏବଂ ୱାର୍ଡ଼ସଭ୍ୟମାନେ ଉପସ୍ଥିତ ରହିଥିଲେ । ଏହି ଅବସରେ ନିର୍ବାଚିତ ପ୍ରତିନିଧିମାନେ ବିରୁଡ଼ା ପଞ୍ଚାୟତ ମହିଳା ବିକାଶ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।






