Tuesday, November 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଳ୍ପ ବିଭାଗରେ ୫-‘ଟି’ ଓ ‘ମୋ ସରକାର’ କାର୍ଯ୍ୟକାରିତା ନେଇ ସମୀକ୍ଷା

by ସଞ୍ଜୟ ସ୍ୱାଇଁ
February 1, 2021
in Feature News
ଶିଳ୍ପ ବିଭାଗରେ ୫-‘ଟି’ ଓ ‘ମୋ ସରକାର’ କାର୍ଯ୍ୟକାରିତା ନେଇ ସମୀକ୍ଷା
125
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପ୍ରକ୍ରିୟାକୁ ସୁଗମ କରିବା ସ୍ଥଳେ କୌଣସି ଅଧିକାରୀ ଏଥିରେ ଅଡ଼ୁଆ ସ୍ଥିତି ସୃଷ୍ଟି କରନ୍ତି ତେବେ ସଂପୃକ୍ତ ଅଧିକାରୀ ଏଥି ପାଇଁ ଦଣ୍ଡିତ ହେବେ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଆଜି ବିଭାଗର ୫-‘ଟି’ ଓ ‘ମୋ ସରକାର’ କାର୍ଯ୍ୟକାରିତା ଉପରେ ସମୀକ୍ଷାବେଳେ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ମୋ ସରକାରର ଉଦ୍ଦେଶ୍ୟ ହିଁ ଲୋକଙ୍କୁ ସହଯୋଗ କରିବା । ତେଣୁ ଏଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ସେ ତାଗିଦ୍‌ କରିଥିଲେ । ଏହି ସମୀକ୍ଷାରେ ଶିଳ୍ପ ବିଭାଗରେ ମେକ୍‌ ଇନ୍‌ ଓଡ଼ିଶା ଅଧୀନରେ ୨୦୧୬ ମସିହାରୁ ୨୦୧୮ ଯାଏଁ ହୋଇଥିବା ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ୨୦୧୬ରେ ୬୧ଟି ପ୍ରକଳ୍ପ ବିଭାଗର ହସ୍ତଗତ ହୋଇଥିବାବେଳେ ନୀତିଗତ ଭାବେ ୫୦ଟିକୁ ମଂଜୁରୀ ପ୍ରଦାନ କରାଯାଇଛି । ସେଗୁଡ଼ିକ ମଧ୍ୟରୁ ୨୯ଟି ଶିଳ୍ପ ସଂସ୍ଥାର ନିର୍ମାଣ କାର୍ଯ୍ୟ ଚାଲିଛି । ୬ଟି ଶିଳ୍ପାନୁଷ୍ଠାନ ତାଙ୍କ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି ବୋଲି ଜଣାପଡ଼ିଛି । ସେହିପରି ୨୦୧୮ ମସିହା ପାଇଁ ହସ୍ତଗତ ୧୧୨ ପ୍ରକଳ୍ପ ମଧ୍ୟରୁ ୧୦୦ଟିକୁ ମଂଜୁରୀ ପ୍ରଦାନ ସରିଛି । ଏଗୁଡ଼ିକ ମଧ୍ୟରୁ ୭୯ଟି ଇଡ଼୍‌କୋଙ୍କ ପ୍ରଦତ୍ତ ଜମି ଗ୍ରହଣ କରିଛନ୍ତି । ୫୮ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ଏବଂ ୫ଟି କାର୍ଯ୍ୟାରମ୍ଭ କରିସାରିଛି । ଯେଉଁ ଆବେଦନକାରୀ ସଂସ୍ଥାଗୁଡ଼ିକ ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବେ କୌଣସି ଯୋଗସୂତ୍ର ରକ୍ଷା କରୁନାହାନ୍ତି ସେଗୁଡ଼ିକୁ ବାଦ୍‌ ଦେବାକୁ ତାଲିକାଭୁକ୍ତ କରାଯାଉଛି । ପର୍ଯ୍ୟଟନ କ୍ଷେତ୍ରରେ କେତେକ ସଂସ୍ଥା ଆଦୌ ଆଗ୍ରହ ପ୍ରକାଶ କରୁନଥିବା ସମୀକ୍ଷାରୁ ଜଣାପଡ଼ିଛି । ତେବେ ପୋଷାକ ପ୍ରସ୍ତୁତି ଓ ଟେକ୍ସଟାଇଲ୍‌, ଏରୋସ୍ପେସ୍‌, ପେଟ୍ରୋକେମିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ୍‌, ଲଜିଷ୍ଟିକ୍‌ ପରି କ୍ଷେତ୍ର ପାଇଁ ଆବେଦନ କରିଥିବା ସଂସ୍ଥାଗୁଡ଼ିକ ସହ ଇପିକଲ ଯୋଗସୂତ୍ର ରକ୍ଷା କରି କିପରି ସେସବୁ ପ୍ରକଳ୍ପ ଅଗ୍ରଗତି କରିପାରିବ ସେଥିପାଇଁ ଉଦ୍ୟମ କରିବାକୁ କୁହାଯାଇଛିା କେତେକ ସଂସ୍ଥା ରାଜ୍ୟର ବିଭିନ୍ନ ଶିଳ୍ପପାର୍କ ସ୍ଥାନ ପରିଦର୍ଶନ କରିସାରିବା ପରେ ବି ତାଙ୍କର ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇନାହାନ୍ତି । ମେକ୍‌ ଇନ୍‌ ଓଡ଼ିଶା ବାହାରେ ୮୪ଟି ପ୍ରକଳ୍ପ ଆସିଥିବାବେଳେ ୭୭ଟିକୁ ମଂଜୁରୀ ପ୍ରଦାନ କରାଯାଇଛି । ସେଗୁଡ଼ିକ ମଧ୍ୟରୁ ୫୪ଟି ସଂସ୍ଥା ଇଡ୍‌କୋଠାରୁ ଜମି ଗ୍ରହଣ କରିସାରିଛନ୍ତି ଏବଂ ୨୧ଟି ସଂସ୍ଥା ନିର୍ମାଣ କାର୍ଯ୍ୟ ଆରମ୍ଭ କରିସାରିଥିବାବେଳେ ୬ଟି କାର୍ଯ୍ୟାରମ୍ଭ କରିସାରିଛନ୍ତି । ସୋଲାର ଲାଇଟ୍‌ ପ୍ରକଳ୍ପଗୁଡ଼ିକୁ ଅଧିକ ଉତ୍ସାହିତ କରିବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । କେତେକ ସ୍ଥଳରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ସକାଶେ ବ ଡ଼ ଶିଳ୍ପ ସଂସ୍ଥାଗୁଡ଼ିକ ଅନୁକଳୂ ବାତାବର ଣ ସୃଷ୍ଟି କରୁନ ଥିବାରୁ ଅସେ;ାଷ ବୃଦ୍ଧି ପାଉଛି । ତେଣୁ ଏ କ୍ଷେତ୍ରରେ ରହିଥିବା ସମସ୍ୟାର ଆଶୁ ସମାଧାନ ପାଇଁ ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗର କ୍ଷେତ୍ର ଅଧିକାରୀମାନଙ୍କ ସହ ବୈଠକ କରିବାକୁ ମନ୍ତ୍ରୀ ପ୍ରସ୍ତାବ ରଖିଥିଲେ । ଗଢ଼ିଉଠିଥିବା ଶିଳ୍ପ ସଂସ୍ଥାଗୁଡ଼ିକର ଉତ୍ପାଦ କ୍ରୟ ନିମନ୍ତେ ସରକାରୀ ସଂସ୍ଥାଗୁଡ଼ିକ ପାଇଁ ନୀତି ନିର୍ଦ୍ଧାରଣ କରିବାକୁ ଶିଳ୍ପୋଦ୍ୟୋଗୀମାନେ ଅନୁରୋଧ ଜଣାଇଥିବା ଗୃହରେ ପ୍ରକାଶ କରାଯାଇଥିଲା । ଆଇଓସିଏଲ୍‌କୁ ଟେକ୍ସଟାଇଲ୍‌ ସେକଫରରେ କଲିକତାସ୍ଥିତ ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ଇପିକଲ ପତ୍ରାଳାପ କରିଥିବା ଜଣାପଡ଼ିଛି । ଏଥି ସହିତ ଗତ ୨୮ ତାରିଖ ଦିନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ ପ୍ରତିଷ୍ଠା ଦିଗରେ ଜିଲ୍ଲାପାଳମାନଙ୍କୁ ଅଧିକ କ୍ଷମତା ପ୍ରଦାନ ଉପରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ବୈଠକରେ ଆଲୋଚନା କରାଯାଇଥିଲା । ‘ମୋ ସରକାର’ ଅଧୀନରେ ମନ୍ତ୍ରୀ ଓ ସଚିବସ୍ତରରେ ଶିଳ୍ପୋଦ୍ୟୋଗୀମାନଙ୍କୁ ଶିଳ୍ପ ପ୍ରତିଷ୍ଠା ନେଇ ଫୋନ୍‌ ଯୋଗେ ତାଙ୍କର ସମସ୍ୟା, ମିଳୁଥିବା ସରକାରୀ ସହଯୋଗ ପ୍ରଭୃତି ସଂପର୍କରେ ପଚାରି ବୁଝିବା କାର୍ଯ୍ୟ ଉତ୍ସାହଜନକ ଥିବା ଜଣାପଡ଼ିଛି । ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନୀତିନ ଭାନୁଦାସ ଜାୱଲେ, ଯୁଗ୍ମ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ ଏବଂ ସମସ୍ତ ବରିଷ୍ଠ
ଅଧିକାରୀଗଣ ଯୋଗଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!