Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ସୂତ୍ରକୁ ନେଇ ଡିପ୍ଲୋମା ଇଂଜିନିୟରଙ୍କ ସଂକଳ୍ପ ସମାବେଶ

by ସଞ୍ଜୟ ସ୍ୱାଇଁ
August 14, 2019
in Politics
31
VIEWS
Share on FacebookShare on Twitter

ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘର ସଂକଳ୍ପ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବ ସଂଘର ଖାରବେଳ ନଗର ସ୍ଥିତ ଓଡ଼େଶା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କ୍ରୀଡ଼ା, ସୂଚନା ଓ ବୈଷୟିକ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା, ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ କୁମାର ରାଉତ, ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ, ଶ୍ରୀ ସଂଜୀବ କୁମାର ମଲ୍ଲିକ ଓ ଶ୍ରୀ ଧ୍ରୁବଚରଣ ସାହୁ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କୁ ସଂଘ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଡିପ୍ଲୋମା ଇଂଜିନିୟରମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୫‘ଟି’ ସୂତ୍ରକୁ ରାଜ୍ୟର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ତୃଣମୂଳସ୍ତରରେ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ସଂକଳ୍ପ ନେଇଥିଲେ ।

ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ଅଭିଭାଷଣରେ ଡିପ୍ଲୋମା ଇଂଜିନିୟରମାନେ ନିର୍ମାଣ କାର୍ଯ୍ୟକୁ ସମୟାନୁଭିତ୍ତିକ ଓ ନିଷ୍ଠାର ସହ ନିର୍ବାହ କରିବାକୁ କହିଥିଲେ । ମନ୍ତ୍ରୀ ଡ. ସାହୁ ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀ ବିଶେଷ କରି ବୈଷୟିକବିତ୍‌ଗଣ ସମୟର ଆହ୍ୱାନକୁ ସଠିକ୍‌ ଭାବେ ବୁଝିବା ସହ ରାଜ୍ୟବାସୀଙ୍କୁ ୫ ‘ଟି’ ଆଧାରରେ ତ୍ୱରିତ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ଡିପ୍ଲୋମା ଇଂଜିନିୟରମାନେ ସରକାରୀ କର୍ତ୍ତବ୍ୟ ଠିକ୍‌ ଭାବେ ପାଳନ କରିବା ଏବଂ ଜନସାଧାରଣଙ୍କ ଆଶା-ଆକାଂକ୍ଷା ପୂରଣ କରି ସେମାନଙ୍କ ଆସ୍ଥା ଭାଜନ ହେବାକୁ ପରାମର୍ଶ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ସୂତ୍ରକୁ ରାଜ୍ୟର ବିକାଶ ନିମିତ୍ତ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ସଂକଳ୍ପ ନେବା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ । ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଡିପ୍ଲୋମା ଇଂଜିନିୟରମାନେ ୫ ‘ଟି’ ଆଧାରରେ ଉନ୍ନୟନ କାର୍ଯ୍ୟ ବିଶେଷ କରି ସାଧାରଣ ଜନତାଙ୍କ ସାମୂହିକ ହିତକୁ ଦୃଷ୍ଟିରେ ରଖି କାର୍ଯ୍ୟକରିବେ ବୋଲି ଆଶାପୋଷଣ କରିଥିଲେ । ମନ୍ତ୍ରୀ ଶ୍ରୀ ପଣ୍ଡା ଓ ମନ୍ତ୍ରୀ ଶ୍ରୀ ବେହେରା ଡିପ୍ଲୋମା ଇଂଜିନିୟରମାନଙ୍କ ସଂଘୀୟ ମନୋଭାବକୁ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ଗୁରୁମନ୍ତ୍ରକୁ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ସାଂସଦ ଶ୍ରୀ ସାହୁ ଡିପ୍ଲୋମ ଇଂଜିନିୟରଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହିତ ସେମାନଙ୍କ ସଂଗଠନ ଓ ସମସ୍ୟା ସହିତ ଦୀର୍ଘ ବର୍ଷ ଧରି ଜଡ଼ିତ ଥିବା କହିଥିଲେ ।

ସଂଘ ସଭାପତି ଇଂଜିନିୟର ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ଇଂ ନରେନ୍ଦ୍ର କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ସଂଘ ସଫଳତାର ସହ ୭୫ ବର୍ଷ ପୂର୍ଣ୍ଣ କରି ଚଳିତ ବର୍ଷ ପ୍ଲାଟିନମ୍‌ ଜୁବୁଲି ପାଳନର ନିଷ୍ପତ୍ତି ନେଇ ପ୍ରଥମ ପର୍ଯ୍ୟାୟରେ ସଂକଳ୍ପ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବ ପାଳନ କରୁଥିବା କହିଥିଲେ । ସଂଘର ୮ ହଜାର ସଦସ୍ୟସଦସ୍ୟା ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ସୂତ୍ରକୁ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟକ୍ଷେତ୍ରରେ ଉପଯୋଗ କରିବା ପାଇଁ ପର୍ଯ୍ୟାୟ କ୍ରମେ ସଂକଳ୍ପ ନେବେ । ଆଜି ପ୍ରଥମ ପର୍ଯ୍ୟାୟରେ ସଂଘର ୫୦୦ ସଦସ୍ୟ ଏହି ସଂକଳ୍ପ ନେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସଂଘର ପୂର୍ବତନ ସଭାପତି ତଥା କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଇଂ ନିର୍ମଳ ଚନ୍ଦ୍ର ସ୍ୱାଇଁ ଏବଂ ସାରା ରାଜ୍ୟର ବ୍ଲକ୍‌, ଜିଲ୍ଲା ଓ କେନ୍ଦ୍ରୀୟ କମିଟିର କର୍ମକର୍ତ୍ତାମାନେ ବହୁସଂଖ୍ୟାରେ ଯୋଗଦେଇଥିଲେ ।

ପଠାଣି ରାଉତ
ସୂଚନା ଅଧିକାରୀ

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!