ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଗୃହରକ୍ଷୀ ସଂଘ ପକ୍ଷରୁ ୫୭ତମ ଗୃହରକ୍ଷୀ ଦିବସ ପାଳନ କରାଯାଇଛି । ଏହି ଅବସରେ ରିଜର୍ଭ ପୁଲିସ ପଡ଼ିଆରେ ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ଶାହାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୃହରକ୍ଷୀମାନଙ୍କ କାର୍ଯ୍ୟ ସଂମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଂପୃକ୍ତ ଗୃହରକ୍ଷୀମାନେ ପୁଲିସ ପାଇଁ ଏକ ବଳ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଏସଡିପିଓ ନୀରଞ୍ଜନ ପାଢ଼ୀଙ୍କ ସମେତ ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଗୃହରକ୍ଷୀଙ୍କ ପରେଡ୍ ଅନୁଷ୍ଠିତ ହୋଇଥିବା ବେଳେ ଉତ୍ତମ କାର୍ଯ୍ୟପାଇଁ ଅନେକ ଗୃହରକ୍ଷୀ ପ୍ରଶଂସିତ ହୋଇଥିଲେ ।