Saturday, July 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ ମାସର ଶିଶୁ ପାଲଟିଗଲା ପଥର

by ସଞ୍ଜୟ ସ୍ୱାଇଁ
July 3, 2021
in Lifestyle, NATIONAL NEWS
୫ ମାସର ଶିଶୁ ପାଲଟିଗଲା ପଥର
311
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ୫ ମାସର ଶିଶୁଟିଏ । ଯେଉଁ ବୟସରେ ସେ ମାଆ କୋଳରେ ଖେଳିବା କଥା, ସେହି ସମୟରେ ତା’ ପ୍ରତି ଈଶ୍ୱର ସହାୟ ହୋଇନାନ୍ତି । ବ୍ରିଟେନରେ ଜନ୍ମିତ ଏହି ଶିଶୁଟି ଫାଇବ୍ରୋଡାଇସପ୍ଲାସିଆ ଓସିଫିକାନ୍ସ ପ୍ରୋଗ୍ରେସିଭା ନାମକ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଛି । ଏହି ରୋଗରେ ରୋଗୀର ଶରୀର ପଥର ପରି ପରିବର୍ତ୍ତନ ହୋଇଯାଏ । ଏହି ରୋଗ ପ୍ରାୟତଃ ବହୁତ କମ୍ ଲୋକଙ୍କ ଠାରେ ଦେଖାଯାଇଥାଏ । ତେବେ ଶିଶୁଟିର ଚିକିତ୍ସା ପାଇଁ ତା’ର ପିତାମାତା ଅର୍ଥ ଯୋଗାଡ଼ କରୁଥିବା ଜଣାପଡ଼ିଛି । ଶିଶୁର ପିତାମାତା ବ୍ରିଟେନର ଜଣେ ଟପ୍ ସ୍ପେସିଆଲିଷ୍ଟଙ୍କ ସହ ଯୋଗାଯୋଗ କରିଥିଲେ । ନିଜର ୩୦ ବର୍ଷର କ୍ୟାରିୟର ମଧ୍ୟରେ ସେ ଏପରି ରୋଗ ବିଷୟରେ ଜାଣିନଥିବା ଡାକ୍ତର ଜଣକ ପ୍ରକାଶ କରିଥିଲେ । ଜଣାପଡ଼ିଛି ଯେ, ୨୦ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣେ ଏହି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଥାଏ । ଗତ ଜାନୁଆରୀ ମାସ ୩୧ ତାରିଖରେ ଶିଶୁଟି ବ୍ରିଟେନର ହାର୍ଟଫୋର୍ଡସାୟରେ ଜନ୍ମଗ୍ରହଣ କରିଥିଲା । ଏହି ରୋଗରେ ଆକ୍ରାନ୍ତ ହେବା ପରେ ରୋଗୀର ମାଂସପେଶୀ, ହାଡ଼ ଆଦିରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ରୋଗୀର ଅବସ୍ଥା ଏପରି ଗୁରୁତର ହୋଇଥାଏ ଯେ, ଶରୀର ପଥର ପରି ହୋଇଯାଇଥାଏ । ଏହି ରୋଗରେ ଆକ୍ରାନ୍ତ ହେଲେ ରୋଗୀ ବର୍ଷ ବର୍ଷ ଧରି ଶଯ୍ୟାଶାୟୀ ହେବା ସହ ପ୍ରାୟ ୪୦ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଥାଏ । ଶିଶୁଟିର ଅବସ୍ଥା ନେଇ ପିତାମାତା ଗଭୀର ଭାବେ ଭାଙ୍ଗି ପଡ଼ିବା ସହ ବୈଜ୍ଞାନିକମାନେ ଚିକିତ୍ସା ଜାରି ରଖିଥିବା କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!