ନୟାଗଡ଼,(ବାଘୁଆବାର୍ତ୍ତା): ପୁରୀ ବସଷ୍ଟାଣ୍ଡରେ ଥିବା ୩ଟି ବସରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ବସଷ୍ଟାଣ୍ଡରେ ଏହି ୩ଟି ବସ ହୁତୁହୁତୁ ହୋଇ ଜଳୁଥିବା ବେଳେ ସ୍ଥାନୀୟ ଲୋକ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ସୂଚନାନୁସାରେ, ପୁରୀ ବସଷ୍ଟାଣ୍ଡରେ ଥିବା ଗୋଟିଏ ବସରେ ପ୍ରଥମେ ନିଆଁ ଲାଗିଥିଲା ପରେ ଏହି ନିଆଁ ଆଉ ଦୁଇଟି ବସକୁ ଡେଇଁ ଥିଲା । ଯାହାଫଳରେ ବସଷ୍ଟାଣ୍ଡରେ ୩ଟି ବସ ହୁତୁହୁତୁ ହୋଇ ଜଳୁଥିବା ବେଳେ ନିଆଁ କେଉଁଠୁୁ ଆସିଲା, କେମିତି ଆସିଲା ତାହା କାରଣ ଅସ୍ପଷ୍ଟ ଥିବା ଜଣାପଡିଛି ।






