Tuesday, May 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୧ଦିନର ଅପରେସନ ସାରି ଫେରିଲେ ଯବାନ, ୩୧ ମାଓବାଦୀ ନିପାତ

by ସଞ୍ଜୟ ସ୍ୱାଇଁ
May 15, 2025
in State
୨୧ଦିନର ଅପରେସନ ସାରି ଫେରିଲେ ଯବାନ, ୩୧ ମାଓବାଦୀ ନିପାତ
67
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାବର୍ତ୍ତୀ ଅଂଚଳରେ ରହିଥିବା ବିଶାଳ ଜଂଗଲରେ ନକ୍ସଲ ସଂଗଠନର ସମସ୍ତ ବଡ଼ବଡ଼ ନେତା ଏବଂ ପିଏଲଜିଏର ଟପ୍ କ୍ୟାଡର ନକ୍ସଲମାନେ ରହିଥିବା ପୁଲିସ ସୂଚନା ପାଇବା ପରେ ଗତ ଏପ୍ରିଲ ୨୧ ତାରିଖରୁ ମେ ୧୧ ଯାଏଁ ୧୦ ହଜାର ଯବାନଙ୍କୁ ନେଇ କାରେଗଟ୍ଟା ଜଂଗଲରେ ଅପରେସନ ଆରମ୍ଭ କରିଥିଲା। ୨୦ ଦିନରୁ ଊର୍ଦ୍ଧ୍ବ ସମୟ ଧରି ଯବାନ ଜଂଗଲରେ ଅପରେସନ ଜାରି ରଖିଥିଲେ। ଏହି ଜଂଗଲ ଲମ୍ବା ୬୦ କିଲୋମିଟର ହୋଇଥିବା ବେଳେ ଓସାର ୨୦ କିଲୋମିଟର। ଏହି ଅପରେସନରେ ଯବାନ ୩୧ ଜଣ ନକ୍ସଲଙ୍କୁ ମାରିଥିବା ବେଳେ ଏଥିରୁ ୧୬ ଜଣ ମହିଳା ନକ୍ସଲ ଏବଂ ୧୫ ଜଣ ପୁରୁଷ ନକ୍ସଲ ରହିଛନ୍ତ। ତେବେ ଏମାନଙ୍କ ମଧ୍ୟରୁ ୨୮ ନକ୍ସଲଙ୍କର ଚିହ୍ନଟ ହୋଇସାରିଛି। ଏଥିସହ ୧୮ ଯବାନ ମଧ୍ୟ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆହତ ହୋଇଛନ୍ତି। କାରେଗଟ୍ଟା ଜଂଗଲରେ ହୋଇଥିବା ଅପରେସନ ସଂପର୍କରେ ସିଆରପିଏଭ ଡିଜି ଜ୍ଞାନେନ୍ଦ୍ର ପ୍ରତାପ ସିଂ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ରିପୋର୍ଟ ପ୍ରଦନ କରିଛନ୍ତି। ଏହି ଜଂଗଲରୁ ଯବାନ ୨୫୦ରୁ ଉର୍ଦ୍ଧ୍ବ ଲ୍ୟାଣ୍ଡମାଇନ ମଧ୍ୟ ଉଦ୍ଧାର କରିଥିଲେ। ଏହ ଅପରେସନରେ ସିଆରପିଏଫ, କୋବ୍ରା, ଏସଟିଏଫ, ଜିଲ୍ଲା ପୁଲିସ ସହ ତେଲେଙ୍ଗାନା ଗ୍ରେହାଉଣ୍ଡ ଏବଂ ଜିଲ୍ଲା ପୁଲିସ ମଧ୍ୟ ସାମିଲ ଥିଲେ। ଜଂଗଲର ବିଭିନ୍ନ ସ୍ଥାନରେ ନୂତନ ପୁଲିସ କ୍ୟାମ୍ପ ମଧ୍ୟ ପ୍ରତିଷ୍ଠା କରାଗଲା। ଏହି ଅଂଚଳରେ ଥିବା ଗାଁଗୁଡିକର ଲୋକଙ୍କୁ ସମସ୍ତ ପ୍ରକାର ମାଗଣାରେ ଚାଉଳ, ବିଦ୍ୟୁତ ସେବା, ଶିକ୍ଷା, ସ୍ବାସ୍ଥ୍ୟ, ଚିନି, ଗୁଡ଼ ଇତ୍ୟାଦି ପ୍ରଦାନ କରାଯିବ ବୋଲି କୁହାଯାଇଛି। କାରେଗଟ୍ଟା ଜଂଗଲରେ ହୋଇଥିବା ଅପରେସନରେ ପୁଲିସକୁ ବଡ ସଫଳତା ମିଳିଥିବାରୁ ଯବାନଙ୍କୁ ପ୍ରଶଂସା କରାଯାଇଛି। ଦିନରାତି ଏକ କରି ଯବାନ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବିଏସଏଫ ହେଲିକେପ୍ଟର ଏମାନଙ୍କ ଉପରେ ନଜର ରଖିବା ସହ ସହଯୋଗ କରୁଥିଲା। ଯବାନଙ୍କୁ ଡ୍ରୋନ ବହୁତ ସାହାଯ୍ୟ କରିଥିଲା। ଡ୍ରୋନ ସାହାଯ୍ୟରେ ନକ୍ସଲଙ୍କର ଗତିବିଧି ଜାଣି ସେମାନଙ୍କୁ ସହଜରେ ଟାର୍ଗେଟ କରାଯାଇପାରୁଥିଲା। ନକ୍ସଲମାନେ ଆତ୍ମସମର୍ପଣ ନକରିବା ପର୍ଯ୍ୟନ୍ତ ଅପରେସନ ପୁଣି ଆରମ୍ଭ ହେବ ବୋଲି କୁହାଯାଇଛି।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!