ନୟାଗଡ଼, (ବାଘୁଆବାର୍ତ୍ତା) :ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ର ଏକାମ୍ର ହାଟରେ ଚାଲିଥିବା ସାତ ଦିନ ବ୍ୟାପୀ ଶିଶୁମେଳା ର ଏହା ଥିଲା ପଞ୍ଚମ ଦିବସ । ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପିଲା ମାନଙ୍କ ମଧ୍ୟରେ ଓଡିଶୀ ନୃତ୍ୟ ର ପ୍ରତିଯୋଗୀତା । ଆଜି ସଂନ୍ଧ୍ୟାରେ ଅତିଥିମାନେ ବିଶିଷ୍ଟ ନୃତ୍ୟ ଶିଳ୍ପୀ ଡ॰ ସ୍ନେହପ୍ରଭା ସାମନ୍ତରାୟ, ଡ॰ମିନାକ୍ଷୀ ବେହେରା, ଓ ମମତା ଶତପଥି, ଶରତ ପାଣି, ଶିଶିର ବାହିନୀପତି, ଷ୍ଟେଟ ପ୍ରୋଗ୍ରାମ ଅଫିସର, ଟ୍ୟୁବରକୁଲଶିସ, ସ୍ୱାସ୍ଥ୍ୟ ବିଭାଗ, ମନୋରଞ୍ଜନ ମିଶ୍ର,ମ୍ୟାନେଜର ଏଚଡ଼ିବି, ସୁଶ୍ରୀ ଶୈଲାନୀ ସୁମନ, ଚିଫ ଏଡିଟର ରିସର୍ଚ ଏଡିଟ, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପିକକ୍ ଶିଶୁମେଳା କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ, ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଉପସ୍ଥିତ ଥିଲେ । ପିକକ୍ ର ରତ୍ନା ଦାଶ, ଗଣେଶ୍ଵର ସିଂ, ପ୍ରଶାନ୍ତ କୁମାର ମଲ୍ଲିକ, ରାଜକିଶୋର ସେନାପତି, ବାମଦେବ ଜେନା, ବିଶ୍ଵଜିତ୍ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସଂନ୍ଧ୍ୟାରେ ଦିବ୍ୟଜ୍ୟୋତି ସ୍ମୃତିପିଠ, ସାରଳା ଗ୍ରୁପ, ନୃତ୍ୟାନ୍ଶୀ ଗ୍ରୁପ, କ୍ଵିଟିକିଡ଼ ଗ୍ରୁପ ଓ ଦଶାବତାର ଡ୍ୟାନ୍ସ ଗ୍ରୁପ ର ପିଲାମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କର ମନ ମୋହି ନେଇଥିଲା ।
ପିକକ୍ ଶିଶୁମେଳା ଷଷ୍ଠ ଦିବସ ତା 19॰ ୧୧. ୨୦୧୯. ରିଖ କାର୍ଯ୍ୟସୂଚୀ,
ସକାଳ
ବିଶ୍ଵ ଶିଶୁ ନିର୍ଯ୍ୟାତନା ନିରୋଧ ଦିବସ – ୨୦୧୯
ଶିଶୁ ଶ୍ରମ ଓ ଶିଶୁ ନିର୍ଯ୍ୟାତନା, ବିରୋଧରେ ପଦଯାତ୍ରା ଓ ଦସ୍ତଖତ ଅଭିଯାନ – ରାମ ମନ୍ଦିର ଛକ-ସମୟ ସକାଳ ୭:୦୦ ଘଟିକା
ସଂନ୍ଧ୍ୟା
ସ୍ଥାନ – ଏକାମ୍ରହାଟ, ଅମ୍ଫିଥିଏଟର
କୌତୁକ ପୋଷାକ ପ୍ରତିଯୋଗୀତା – ଅପରାହ୍ନ ୪:୩୦ ଘଟିକା
ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ – ସଂନ୍ଧ୍ୟା ୭:୦୦ ଘଟିକା