Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ରୋଟାରୀ କ୍ଳବକୁ ୩୦ ପୁରିଲା

by ସଞ୍ଜୟ ସ୍ୱାଇଁ
November 7, 2019
in Breaking, State
19
VIEWS
Share on FacebookShare on Twitter

ସମାଜସେବାରେ ବ୍ରତୀ ପାଇଁ ଆହ୍ୱାନ

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ରୋଟାରୀ କ୍ଲବ୍ର ୩୦ତମ ପ୍ରତିଷ୍ଠା ଦିବସ ରୋଟାରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପୂର୍ବତନ ଜିଲ୍ଲା ପ୍ରାନ୍ତପାଳକ ରୋଟାରୀଆନ୍ ଶିବବ୍ରତ ଦାସ ଯୋଗ ଦେଇଥିଲେ । ନିଜର ଛାତ୍ର ଜୀବନ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲର ଆରମ୍ଭ କରିଥିବା କଥା ମନେପକାଇ ନୟାଗଡ଼ ସହିତ ମୋର ଓତଃପ୍ରୋତ ଭାବେ ଜଡିତ ବୋଲି ପ୍ରକାଶ କରିଥିଲେ । ନୟାଗଡ଼ ରୋଟାରୀ କ୍ଲବ୍ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ କାର୍ଯ୍ୟ କରିଆସୁଛି । ଏହା ସହିତ ରୋଟାରୀ କ୍ଲବ୍ ଅନେକ ସମାଜକଲ୍ୟାଣ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସମାଜସେବାରେ ବ୍ରତୀ ହେବାପାଇଁ ଆହ୍ୱାନ ଦେଇଥିଲେ । ରୋଟାରୀ କ୍ଲବ୍ର ସଭାପତି ରୋଟାରିଆନ୍ ମଦନମୋହନ ମହାପାତ୍ର ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ସମ୍ପାଦକ ରୋଟାରୀଆନ୍ ପ୍ରବୀର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ । ରୋଟାରୀ କ୍ଲବ୍ର ମୁଖ୍ୟ ସଂଯୋଜକ ତଥା ପ୍ରତିଷ୍ଠାତା ସଭ୍ୟ ରୋଟାରୀଆନ୍ ପ୍ରମୋଦ ପଟ୍ଟନାୟକ ବିଗତ ୩୦ ବର୍ଷ ଭିତରେ ନୟାଗଡ଼ ରୋଟାରୀ କ୍ଲବ୍ ବନ୍ୟା, ବାତ୍ୟାଠାରୁ ଆରମ୍ଭ କରି ନକ୍ସଲ ଆକ୍ରମଣ, ରକ୍ତଦାନ, ଆହାର କେନ୍ଦ୍ର ପରିଚାଳନା କରିବା, ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ପରି ଅନେକ ଜନହିତକର କାର୍ଯ୍ୟ ଦୀର୍ଘ ୩୦ ବର୍ଷ ଭିତରେ କରି ଆସୁଅଛି । ସମାଜ ପାଇଁ କଣ ଭଲ ହେବ ସେ କଥା ମଧ୍ୟ ରୋଟାରୀ କ୍ଲବ୍ ଚିନ୍ତାକରି ଆସୁଛି । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ୍ ବେଣୁଧର ମହାପାତ୍ର, ଅବସରପ୍ରାପ୍ତ ପୋଲିସ ଅଫିସର ଅମୂଲ୍ୟ ମହାନ୍ତି, ଡ. ବିଜୟ ଚୌଧୁରୀ, ବିଶ୍ୱନାଥ ମହାପାତ୍ର, ରୋଟାରୀଆନ୍ ପ୍ରଫେସର ଲଳିତ ପଟ୍ଟନାୟକ, ଆରିଫ୍ ଖାଁ, ପ୍ରସନ୍ନ କୁମାର ବସନ୍ତିଆ ପ୍ରମୁଖ ନିଜର ବିଗତ ଦିନର ଅନୁଭୂତି ଉପରେ ମତ ରଖିଥିଲେ । ରୋଟାରୀ କ୍ଲବ୍ର ନିଷ୍ଠାପରତା, ଜନସେବା କରିବା, ପାରସ୍ପରିକ ଆନ୍ତରିକତା, ସଂପୃକ୍ତି, ନୟାଗଡ଼ ପାଇଁ ଚିନ୍ତା କରିବା, ସମସ୍ତଙ୍କର ପ୍ରେରଣାଦାୟକ ଅନୁଷ୍ଠାନ ହେଉଛି ରୋଟାରୀ କ୍ଳବ୍ ବୋଲି ଅଭିଭାଷଣ ରଖିଥିଲେ ।

ପ୍ରକାଶଥାଉ କି, ଏହି ଅବସରରେ ରୋଟାରୀଆନ୍ ବେଣୁଧର ମହାପାତ୍ର, ଆରିଫ୍ ଖାଁ, ପ୍ରମୋଦ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ରୋଟାରୀଆନ୍ ସୁବ୍ରତ ପଣ୍ଡା ଓ ଆଇନ୍ଜୀବୀ ରଣଜିତ୍ ଦାଶଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ରୋଟାରୀଆନ୍ ଧୀରେନ୍ଦ୍ର ପଟ୍ଟନାୟକ ଓ ଲକ୍ଷ୍ମୀନାରାୟଣ ରଥ ସହଯୋଗ କରିଥିବା ବେଳେ ବହୁସଂଖ୍ୟକ ରୋଟାରୀଆନ୍ ଯୋଗ ଦେଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!