କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ଭିଜିଲାନ୍ସ ଜଜ ରଶ୍ମିତା ଦଲେଇ ବୁଧବାର ଏକ ଦୁର୍ନୀତି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି l ୨୦୦୪ ମସିହାରେ ଆନନ୍ଦପୁର ବ୍ଲକରେ ବିଧାୟକ ହାତ ପାଣ୍ଠି ଅନୁଦାନ ୧ ଲକ୍ଷ ଟଙ୍କା ବିନିଯୋଗ ନ ହୋଇ ବିଲ୍ ଉଠାଇ ନିଆଯାଇଥିଲା l ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଯନ୍ତ୍ରୀ ଅଶୋକ କୁମାର କର ଓ ଶଙ୍କର୍ଷଣ ବେହେରାଙ୍କୁ ଦାୟୀ କରାଯାଇଥିଲା l ଏହି ମାମଲାରେ ୩୪ ଜଣ ସାକ୍ଷୀ ଅଦାଲତରେ ଉପସ୍ଥିତ ହୋଇ ଜମାନ ବନ୍ଦୀ ଦେବା ପରେ ୨ ଯନ୍ତ୍ରୀଙ୍କୁ ଦାୟୀ କରାଯାଇ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ l ଏହା ସହିତ ୩ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଅଶୋକ ଅବସର ଗ୍ରହଣ କରିସାରିଥିବା ବେଳେ ଶଙ୍କର୍ଷଣ ଭଦ୍ରକ ଜିଲ୍ଲା ଜଳସେଚନ ବିଭାଗରେ କାର୍ଯ୍ୟ କରୁଛନ୍ତି l ସରକାରଙ୍କ ପକ୍ଷରୁ ଦେବଦତ୍ତ ବିଶ୍ୱାଳ ଏହି ମାମଲା ପରିଚାଳନା କରୁଥିଲେ l





