Sunday, August 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ୱିନ୍ସିଟିରେ ଦିନକୁ ଡିମାଣ୍ଡ୍ ୩ କେଜି

by ସଞ୍ଜୟ ସ୍ୱାଇଁ
June 2, 2025
in State
ଟ୍ୱିନ୍ସିଟିରେ ଦିନକୁ ଡିମାଣ୍ଡ୍ ୩ କେଜି
108
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶହେ କି ଦୁଇ ଶହ ଗ୍ରାମ୍ ନୁହେଁ, ଗୋଟିଏ ଦିନରେ ଦ୍ୱୈତନଗରୀରେ ୩ କେଜିରୁ ଅଧିକ ବ୍ରାଉନ୍ସୁଗର୍ ବିକ୍ରି ହେଉଛି । କଲେଜ ପଢ଼ୁଆଙ୍କ ସଉକ ପାଇଁ ଆସିଥିବା ଏହି ଧଳାଜହର ଏବେ ସବୁ ବର୍ଗକୁ ଗ୍ରାସିଗଲାଣି । ବସ୍ତିରୁ ବସ୍ତିକୁ ମାଡ଼ିଗଲାଣି । ହେଲେ ପୁଲିସ ମାସକୁ ମାତ୍ର ଶହେ କି ଦୁଇ ଶହ ଗ୍ରାମ ବ୍ରାଉନ୍ସୁଗର୍ ଜବତ କରିପାରୁଛି । କାଁ ଭାଁ ଖୁଚୁରା ବେପାରୀଙ୍କୁ ବାନ୍ଧୁଛି । ମାଫିଆ କି ବଡ଼ ବେପାରୀଙ୍କୁ ଧରିପାରୁନି । କିଛି ବର୍ଷ ତଳେ ଏସ୍ଟିଏଫ୍ ପଞ୍ଝାରେ ପଡ଼ିଥିବା ସେକ୍ ରାଜା ରିମାଣ୍ଡ୍ ବେଳେ ସୂଚନା ଦେଇଥିଲା ଯେ, ସେ ବାଲେଶ୍ୱରର ଜଳେଶ୍ୱରରୁ ଭୁବନେଶ୍ୱରକୁ ବିଭିନ୍ନ ରୁଟ୍ରେ ଗୋଟିଏ ମାସରେ ପ୍ରାୟ ୧୫/୨୦ କେଜି ବ୍ରାଉନ୍ସୁଗର୍ ଚାଲାଣ କରୁଥିଲା । ଗତ ଏପ୍ରିଲ୍ ୧୧ରେ କୁଖ୍ୟାତ ବ୍ରାଉନ୍ସୁଗର୍ ବେପାରୀ ସେକ୍ ଜାମସେଦ୍କୁ ଏନ୍କାଉଣ୍ଟର୍ କରିଥିଲା ଭୁବନେଶ୍ୱର ପୁଲିସ୍ । ସେ ପୁଲିସ୍ ନିକଟରେ ମାନିଥିଲା ଯେ ସେ ମାସକୁ ୨୦ କେଜିରୁ ଅଧିକ ବ୍ରାଉନ୍ସୁଗର୍ ଆଣି ଭୁବନେଶ୍ୱରରେ ଖୁଚୁରା ବେପାରୀଙ୍କୁ ଯୋଗାଏ । ତାର ଅନ୍ୟ ୪ ଜଣ ସହଯୋଗୀ ମଧ୍ୟ ପ୍ରତି ମାସରେ ୧୦ରୁ ୧୨ କେଜି ବ୍ରାଉନ୍ସୁଗର୍ ଭୁବନେଶ୍ୱରକୁ ଆଣୁଥିଲେ । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ରାଜା ଓ ଜାମସେଦ୍ ଭଳି ୫ରୁ ୬ଜଣ ମାଫିଆଙ୍କ ସିଣ୍ଡିକେଟ୍ ଏବେ ରାଜଧାନୀରେ ସକ୍ରିୟ ଅଛି । ଯେଉଁ ପରିମାଣ ବ୍ରାଉନ୍ସୁଗର ଭୁବନେଶ୍ୱର ଓ କଟକକୁ ଆସୁଛି, ତାର ଅନୁମାନ କରିବା କଷ୍ଟକର । ତେବେ ଉପରୋକ୍ତ ତଥ୍ୟକୁ ତର୍ଜମା କଲେ, କଟକ-ଭୁବନେଶ୍ୱରର ନିଶାଡି଼ ଦିନକରେ ୩/୪ କେଜି ଧଳାଜହର ଗିଳିଦେଉଥିବେ । ନିଶା ବେପାରୀମାନେ ଗରାଖଙ୍କ ଡିମାଣ୍ଡ୍ ଅନୁସାରେ ଏହାକୁ ଯୋଗାଇ ପାରୁନାହାନ୍ତି । ପୁଲିସ ରେକର୍ଡ କହୁଛି, ଜାନୁଆରୀ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ମାତ୍ର ୮୨ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର୍ ଓ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଏଥିସହ ବେଆଇନ୍ ନିଶା କାରବାର ଅଭିଯୋଗରେ ୭୮ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି । ମିଆଁମାରରୁ ବ୍ରାଉନ୍ସୁଗର୍ ବାଂଲାଦେଶରେ ପହଞ୍ଚୁଛି । ସେଠାରୁ ବାଲାଂଦେଶ ସୀମା ଦେଇ ପଶ୍ଚିମବଙ୍ଗର ଲାଲଗୋଲ୍ଲା ସହରରେ ବ୍ରାଉନ୍ସୁଗର ପହଞ୍ଚୁଛି । ବାଲେଶ୍ୱର ଜିଲ୍ଳାର ଜଳେଶ୍ୱର ସହର ହେଉଛି ମାଫିଆଙ୍କ ଆଡ୍ଡାସ୍ଥଳୀ । ସେଠାରୁ କାର, ବସ୍, ଟ୍ରକ ମାଧ୍ୟମରେ ପ୍ରଥମେ ଖୋର୍ଦ୍ଧା, ଜଟଣୀ, ପିପିଲିକୁ ବିପୁଳ ମାତ୍ରାରେ ବ୍ରାଉନ୍ସୁଗର୍ ପଠାଯାଉଛି । ମାଫିଆ ଖୋର୍ଦ୍ଧା ଓ ପୁରୀର ବିଭିନ୍ନ ସ୍ଥାନରେ ବ୍ରାଉନ୍ସୁଗର୍କୁ ଗଚ୍ଛିତ ରଖୁଛନ୍ତି । ସେଠାରୁ ଖୁଚୁରା ବେପାରୀମାନେ ଆଣି ଭୁବନେଶ୍ୱର ଗଳିକନ୍ଦିରେ ବିକ୍ରି କରୁଛନ୍ତି । ୧୯୮୫ ମସିହା ପୂର୍ବରୁ ଭୁବନେଶ୍ୱରରେ ବ୍ରାଉନ୍ସୁଗର୍ ବେପାର ନ ଥିଲା । ୧୯୮୬ରେ ଜଣେ କିମ୍ବା ଦୁଇ ଜଣ ବେପାରୀ କାରବାର କଲେ । ୨୦୦୦ ମସିହା ପରଠାରୁ ନିଶା ବେପାରୀ ଓ ନିଶାଡ଼ିଙ୍କ ସଂଖ୍ୟା ବଢ଼ିଲା । ହେଲେ ପୁଲିସ୍ ହାତରେ କେହି ଧରାପଡ଼ିନଥିଲେ । କମିଶନରେଟ୍ ପୁଲିସ୍ ୨୦୧୨ ଓ ୨୦୧୪ରେ ବ୍ରାଉନ୍ସୁଗର୍ ଜବତ କରିନାହିଁ କି କାହାକୁ ଗିରଫ କରିନାହିଁ । ୨୦୧୫ରେ କମିଶନରେଟ୍ ପୁଲିସ୍ କଟକ ଓ ଭୁବନେଶ୍ୱରରୁ ୮. ୭୧୦ ଗ୍ରାମ୍, ୨୦୧୬ରେ ୬୮୬.୫୫ ଗ୍ରାମ୍, ୨୦୧୭ରେ ୩୫୮.୦୨ ଗ୍ରାମ୍, ୨୦୧୮ରେ ୭୦୦ ଗ୍ରାମ୍ ଓ ୨୦୧୯ରେ ୧ କେଜି ୨ ଶହ ଗ୍ରାମ୍ରୁ ଅଧିକ ଧଳାଜହର ଜବତ କରିଛି । ୨୦୨୦-୨୨ କରୋନା କାଳରେ ବ୍ରାଉନସୁଗର୍ ଜବତ ପରିମାଣ ଖସିଥିଲା । ଏବେ ବର୍ଷକୁ ଭୁବନେଶ୍ୱରରୁ ୧୦/୧୫ କେଜି ଜବତ ହେଉଛି । ମାତ୍ର ମାଫିଆଙ୍କ ବିରୋଧରେ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ହେବା କଥା ତାହା ହେଉନି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!